www.samajalive.in
Monday, December 8, 2025
13.1 C
Bhubaneswar

ପାଟିରେ ରଖିଲେ ଜାଣିହେବ ଦାନ୍ତ ସ୍ଥିତି-ଦାନ୍ତ ପରୀକ୍ଷା ପାଇଁ ସ୍ବତନ୍ତ୍ର ଉପକରଣ

ଭୁବନେଶ୍ବର,  : ଦାନ୍ତର କୌଣସି ସମସ୍ୟା ଦେଖାଦେଲେ ଏହାର ସ୍ଥିତି ପରଖିବାକୁ ଆଇଓଟି ବେସ୍‌ଡ ଡେଣ୍ଟାଲ ଚେକଅପ୍‌ ଡିଭାଇସ୍‌ ପ୍ରସ୍ତୁତ କରିଛନ୍ତି ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ(ଓୟୁଟିଆର)ର ଅଧ୍ୟାପକ। ଏହି ଯନ୍ତ୍ରକୁ ପାଟିରେ ରଖିଲେ ସହଜରେ ଦାନ୍ତ ସ୍ଥିତି ଜାଣିହେବ। ଏହି ଡିଭାଇସ୍‌ର ଡିଜାଇନ୍‌କୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ କାର୍ଯ୍ୟାଳୟ ପକ୍ଷରୁ ସ୍ବୀକୃତି ମିଳିଥିବାବେଳେ ଏ କ୍ଷେତ୍ରରେ ଅଧିକ ଗବେଷଣା ଜାରି ରହିଛି।

ସୂଚନା ଅନୁଯାୟୀ ଦାନ୍ତ ରୋଗ ସଂକ୍ରାନ୍ତ ସମସ୍ୟାକୁ ସହଜରେ ଚିହ୍ନଟ କରିବା ପାଇଁ କମ୍ପ୍ୟୁଟର ସାଇନ୍ସ ବିଭାଗର ଦୁଇ ଅଧ୍ୟାପକଅଧ୍ୟାପିକା ପ୍ରାୟ ଦେଢ଼ ବର୍ଷ ପୂର୍ବେ ସେମାନେ ଗବେଷଣା ଆରମ୍ଭ କରିଥିଲେ। ଦାନ୍ତ ପରୀକ୍ଷା ଓ ଫଟୋ ଉଠାଇବା ପାଇଁ ଅଧିକ ସମୟ ପାଟି ଖୋଲା ରଖିବାକୁ ପଡ଼ିଥାଏ। ଏହାଦ୍ବାରା ବହୁ ଲୋକ ଅସୁବିଧା ଭୋଗନ୍ତି। ଏହି ସମସ୍ୟାର ସମାଧାନ ପାଇଁ ‘ଆଇଓଟି ବେସ୍‌ଡ ଡେଣ୍ଟାଲ ଚେକଅପ୍‌ ଡିଭାଇସ୍‌’ ପ୍ରସ୍ତୁତ କରିଛନ୍ତି ବିଶ୍ବବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସ ବିଭାଗର ଅଧ୍ୟାପକ ଶୁଭାଶିଷ ମହାପାତ୍ର ଓ ଅଧ୍ୟାପିକା ଶୁଭଦର୍ଶିନୀ ମହାନ୍ତି। ଥ‌େ‌ର୍ମାମିଟିର ଭଳି ଏହି ଯନ୍ତ୍ରରେ ଲାଇଟ୍‌ ଲଗାଯାଇଛି।

- Advertisement -

ଫଳରେ ପାଟି ଭିତରେ ଆଲୋକ ଜରିଆରେ ସହଜରେ ଦାନ୍ତ ଦେଖାଯିବ। ଚିତ୍ର ଉତ୍ତୋଳନ ପାଇଁ ଯନ୍ତ୍ରରେ କ୍ୟାମେରା ଲଗାଯାଇଛି। ଏଥିସହ ସେନ୍ସର ସଂଯୋଗ କରାଯାଇଛି। ଏହାବ୍ୟତୀତ ବ୍ଲୁ ଟୁଥ୍‌ ଜରିଆରେ ସହଜରେ ଡାଟା ବା ଫଟୋ ପ୍ରେରଣ କରାଯାଇପାରିବ। ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ ଜରିଆରେ ଏହି ଯନ୍ତ୍ର କାର୍ଯ୍ୟ କରିବ। ଦାନ୍ତର ଯେଉଁ ସ୍ଥାନରେ କ୍ଷତ ବା ଅସୁବିଧା ଥିବ ତାହାକୁ ସହଜରେ ଏହି ଯନ୍ତ୍ର ଚିହ୍ନଟ କରିପାରିବ। ଯନ୍ତ୍ର ପାଟିରେ ରଖିଲେ ଭିତରର ଚିତ୍ର ମିଳିବା ସହ ଡାକ୍ତର ସହଜରେ ଦନ୍ତ ରୋଗକୁ ଚିହ୍ନଟ କରିପାରିବେ। ଯନ୍ତ୍ର ଉପରେ ଆଗାମୀ ଦିନରେ ଅଧିକ ଗବେଷଣା କରାଯିବ। ଡାକ୍ତରଙ୍କ ଜରିଆରେ ରୋଗୀଙ୍କ ଉପରେ ଏହାର ପରୀକ୍ଷା କରିବାକୁ ଲକ୍ଷ୍ୟ ରହିଛି। ଯନ୍ତ୍ର ପ୍ରସ୍ତୁତକର୍ତ୍ତା ଅଧ୍ୟାପକ ଶ୍ରୀ ମହାପାତ୍ର କହିଛନ୍ତି ଏହି ଆଇଓଟି ଡେଣ୍ଟାଲ ଚେକ୍‌ଅପ୍ ଡିଭାଇସ୍‌ ଉପରେ ଅଧିକ ଗବେଷଣା ଚାଲିଛି। ଏହି ଯନ୍ତ୍ରକୁ ଡାକ୍ତରଙ୍କ ସହାୟତାରେ ପରୀକ୍ଷା କରାଯିବ। ଅଧିକ ସୁବିଧା ପ୍ରଦାନ ସହ କିଭଳି ଭାବେ ଅଧିକ ଲୋକାଭିମୁଖୀ ହେବ ସେ ଦିଗରେ ଆମେ କାମ କରୁଛୁ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories