ଏହି ରାଶିଧାରୀଙ୍କ ପାଇଁ ଆଜି ଲକ୍ଷ୍ମୀ ବରଦାୟିକା – ମଙ୍ଗଳବାରର ରାଶିଫଳ

ମେଷ- ପୁଣ୍ୟ କର୍ମାଦି ହେତୁ ଲକ୍ଷ୍ମୀ ବରଦାୟିକା ହୋଇ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ପ୍ରଭାବଶାଳୀ ହେବେ। ନୀତିମାନ୍‌ ଓ ପୁତ୍ର ଲାଭକାରୀ ହେବେ। ବନ୍ଧୁବାନ୍ଧବଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ।

ବୃଷ- ଶୌର୍ଯ୍ୟଶାଳୀ ହୋଇପାରନ୍ତି। ସୁଖୀ ହେବେ। କ୍ଲେଶ ସହିଷ୍ଣୁ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହେବେ। ସ୍ଥିରସମ୍ପଦ, ଧନ ସଞ୍ଚୟକାରୀ ହେବେ। ଶରୀର କମନୀୟ ଓ ସୁଖୀ ହେବେ।

ମିଥୁନ- ପତ୍ନୀଙ୍କ ବିଳାସବ୍ୟସନ, ପୁତ୍ର-କନ୍ୟାଙ୍କ କଲ୍ୟାଣାର୍ଥେ ଧନ ବ୍ୟୟ କରିପାରନ୍ତି। ପାପ ବୁଦ୍ଧିଯୁକ୍ତ ଓ ପାପୀକୁ ଆଶ୍ରୟ ଦେବାରେ ଧନ ବ୍ୟୟ କରିପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରଖିବେ। ମିଷ୍ଟାନ୍ନ ଭୋଜନ କରିବେ।

କର୍କଟ- ବସ୍ତ୍ର ବ୍ୟବସାୟ ଲାଭଜନକ ହେବ। କୃଷି କ୍ଷେତ୍ରରୁ ଆୟ ଆଶାନୁରୂପ ହେବ। ସେବା ଭାବନାରେ ଉଦ୍‌ବୁଦ୍ଧ ହେବେ। ଶାସ୍ତ୍ର ପ୍ରବଚକ ଓ ସାଧକଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଆନନ୍ଦ ଅନୁଭବ କରିବେ।

ସିଂହ- ଜୀବେ ଦୟାର ଅବତାର ହୋଇପାରନ୍ତି। ତେଜଦୀପ୍ତ ଜ୍ଞାନ ଚକ୍ଷୁକୁ ଉନ୍ମୀଳନ କରି ଦୂରଦୃଷ୍ଟିସମ୍ପନ୍ନ ହେବେ। ପାପକୁ କ୍ଷୟ କରିବାକୁ ଶପଥ ନେଇପାରନ୍ତି। ବାତ୍ସଲ୍ୟ ମମତାରେ ବିଭୋର ହୋଇପାରନ୍ତି।

କନ୍ୟା- କର୍ମକୁଶଳା ପତ୍ନୀଙ୍କ ସେବାରେ ନିଜକୁ ହଜାଇ ଦେଇପାରନ୍ତି। ହିନ୍ଦୁ ଧର୍ମ ସଂଶ୍ଲିଷ୍ଟ ଅନ୍ୟ ଧର୍ମରେ ଦୀକ୍ଷିତ ହେବାକୁ ପରିବାରର ଅନୁମତି ଭିକ୍ଷା କରିପାରନ୍ତି। ପାଷାଣ୍ଡମାନଙ୍କର ଜ୍ଞାନଦାତା ହେବେ।

ତୁଳା- ଅସ୍ଥିର ଚିତ୍ତସମ୍ପନ୍ନ ହେବେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଗଛ ଚଢ଼ିବା ବିପଦପୂର୍ଣ୍ଣ ହୋଇପାରେ। ଉଚ୍ଚ ସ୍ଥାନରୁ ପତନ ଭୟ ରହିଛି। ସ୍ବାଭିମାନର ସହ ଚଳିବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

ବିଚ୍ଛା- ‘ଯେସାକୁ ତେସା’ ନୀତି ଅବଲମ୍ବନ କରି ପ୍ରଶଂସାଭାଜନ ହେବେ। ତ୍ରୁଟିଶୂନ୍ୟ ବ୍ୟବସାୟ ଲାଭଜନକ ହେବ। ଅତ୍ୟଧିକ ଶ୍ରମ ସ୍ବୀକାର କରି ଉପାର୍ଜନ କ୍ଷେତ୍ରକୁ ବର୍ଦ୍ଧିତ କରିପାରନ୍ତି। ସୁସ୍ଥ ରହିବେ।

ଧନୁ- ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ସମାଜରେ ପ୍ରଶଂସିତ ହୋଇପାରନ୍ତି। ସତ୍ୟନିଷ୍ଠ ହେବା ସହ ପ୍ରବଞ୍ଚକମାନଙ୍କୁ ନିଜ ପାଖରୁ ଅନ୍ତର କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ମକର- କନ୍ୟା ବିଭିନ୍ନ ବିଦ୍ୟାରେ ପାରଦର୍ଶିତା ଅର୍ଜନ କରୁଥିବାବେଳେ ପୁତ୍ର ଅକୃତକାର୍ଯ୍ୟ ହୋଇପାରନ୍ତି। ସାମାଜିକ ସ୍ତରରେ ପୂର୍ବ ଅର୍ଜିତ ପାପଭାରକୁ ଦୁଃଖଦ ବିଦାୟ ଦେଇପାରନ୍ତି। ଈଶ୍ବର ବିଶ୍ବାସୀ ହେବେ।

କୁମ୍ଭ- ମା’ ଲକ୍ଷ୍ମୀଙ୍କ କରୁଣା ଲାଭ କରି ଧନ ପ୍ରାପ୍ତ ହେବେ। ମିଷ୍ଟାନ୍ନ ଭୋଜନ ସହିତ ଅର୍ପିତ ଜଳ ପାନ କରି ହୃଦୟକୁ ଶିଥିଳ କରିପାରନ୍ତି। ପୁଷ୍ପାଦି ଭୂଷିତ ହେବେ। ସୁବାକ୍ୟଯୁକ୍ତ ଓ କପଟୀ ହେବାକୁ ବାଧ୍ୟ ହେବେ।

ମୀନ- ସଙ୍ଗୀତପ୍ରିୟମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ଆହାରରେ ସ୍ବାତନ୍ତ୍ର୍ୟତା ନାହିଁ। ସାମାଜିକ ସ୍ତରରେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରନ୍ତି। ଗୁଣବତୀ ପତ୍ନୀ ବିପଦ ଆପଦରେ ସହାୟିକା ହେବେ।

Comments are closed.