www.samajalive.in
Monday, December 15, 2025
17.1 C
Bhubaneswar

କେରଳରେ ହାତୀ ପରେ ରାଜସ୍ଥାନରେ ଓଟ ସହ ବର୍ବରତା; ହାଣିଦେଲେ ଦୁଇ ଗୋଡ଼

ଚୁରୁ: କେରଳରେ ହାତୀ ସହ ବର୍ବର କାଣ୍ଡ ପରେ ଏବେ ରାଜସ୍ଥାନର ଏକ ଗାଁରେ ଓଟ ସହ ବର୍ବରତାର ସୀମା ପାର ଘଟଣା ଘଟିଛି। ଏଠାରେ ଏକ ମାଈ ଓଟର ଆଗ ଦୁଇ ଗୋଡ଼କୁ ହାଣି ଦିଆଯାଇଛି। ମାତ୍ର ସମୟ ଥାଉ ଥାଉ ଚିକିତ୍ସା କରାଯିବାରୁ ଓଟର ଜୀବନ ବଞ୍ଚିଯାଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ଖବର ଅନୁସାରେ, ଚୁରୁ ସ୍ଥିତ ସରଦାରଶହର ଅନ୍ତର୍ଗତ ସାଜନସର ଗାଁର ଏକ କ୍ଷେତରେ ଚାରି ବର୍ଷିୟ ଓଟଟି ପଶିଯିବାରୁ ତା’ର ଦୁଇ ଗୋଡ଼କୁ କୁରାଢୀରେ କାଟି ଦେଇଛନ୍ତି ୩ ଦୁର୍ବୃତ୍ତ। ଏଥିରେ ଓଟର ଗୋଟିଏ ଗୋଡ଼ ଶରୀରରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ବେଳେ ଅନ୍ୟ ଗୋଡ଼ର ଅବସ୍ଥା ଗୁରୁତର ହୋଇପଡ଼ିଛି।

- Advertisement -

ଏହି ଖବର ବିଷୟରେ ଜଣାପଡ଼ିବା ପରେ ଗ୍ରାମବାସୀମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ଏହାପରେ ପଶୁ ଚିକିତ୍ସକଙ୍କୁ ଡକାଇ ଓଟର ଚିକିତ୍ସା କରାଯାଇଛି। ସାମାଜିକ ଗଣମାଧ୍ୟମରେ ଏହି ଖବର ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କେରଳରେ ଏକ ଗର୍ଭଣୀ ହାତୀ ସହ ଏକ ବର୍ବର କାଣ୍ଡ ଘଟିଥିଲା। ସପୁରୀ ଭିତରେ ବାଣ ପୁରାଇ ତାକୁ ଖାଇବାକୁ ଦିଆଯାଇଥିଲା। ଯାହାକୁ ଖାଇ ହାତୀ ଓ ତା’ ପେଟରେ ଥିବା ପିଲା ପ୍ରାଣ ହରାଇଥିଲେ। ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ହେବା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories