www.samajalive.in
Friday, December 5, 2025
26.1 C
Bhubaneswar

ଭାରତ ଲୁଚାଉଛି କରୋନା ମୃତ୍ୟୁସଂଖ୍ୟ!!

ଆମେରିକାର ପ୍ରମୁଖ ସମ୍ବାଦପତ୍ର ‘ୱାଶିଂଟନ୍ ପୋଷ୍ଟ’ ଭାରତର କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହବ୍ୟକ୍ତ କରିଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଏକ ‘ରହସ୍ୟ’ ବୋଲି ଉଲ୍ଲେଖ କରି ସରକାର ମୃତ୍ୟୁ ସଂଖ୍ୟା କମ୍ ଦର୍ଶାଇଥାଇ ପାରନ୍ତି ବୋଲି ସନ୍ଦେହପ୍ରକଟ କରିଛି ।

ୱାଶିଂଟନ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ  ଯେତେବେଳେ ଭାରତର ୪ ବଡ଼ ସହରରୁ କରୋନା ସଂକ୍ରମଣରେ ମୃତ୍ୟୁ ରିପୋର୍ଟ (ମାର୍ଚ-ଜୁନ) ମଗାଗଲା ସେତେବେଳେ କେବଳ ମୁମ୍ବାଇ ସଠିକ୍ ତଥ୍ୟ ପ୍ରଦାନ କଲା । କଲକତା ତ ଆଦୌ ରିପୋର୍ଟ ଦେଲା ନାହିଁ । ଭାରତ ସରକାରଙ୍କ କହିବା କଥା ହେଲା ଅନ୍ୟ ଦେଶ ତୁଳନାରେ ଭାରତ କରୋନା ଲଢ଼େଇ ଉତ୍ତମ ଭାବରେ ଲଢ଼ୁଛି । ମାତ୍ର  ଭାରତର ମୋଟ ଜନସଂଖ୍ୟାର ଏକ ବଡ଼ ଅଂଶ ଗାଁ ଓ ଛୋଟ ସହରରେ ରହିଥାଆନ୍ତି, ଯେଉଁଠାରେ ସ୍ବାସ୍ଥ୍ୟ ସୁବିଧା ବଡ଼ ସହର ତୁଳନାରେ ଆଦୌ ଉତ୍ତମ ନୁହେଁ । ଯେଉଁଠି ଦେଶର ୪ ପ୍ରମୁଖ ବଡ଼ ସହରର ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ । ସେଠାରେ ଛୋଟ ସହରରେ ଅବସ୍ଥା କିପରି ଥିବ ବୋଲି ୱାଶିଂଟନ ପୋଷ୍ଟ ସନ୍ଦେହପ୍ରକଟ କରିଛି ।

- Advertisement -

ଏହି ଖବରକାଗଜରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଭାରତରେ ଅନେକ ମୃତ୍ୟୁ ସମ୍ପର୍କରେ ରିପୋର୍ଟ କରାଯାଏନାହିଁ । ଏହାବ୍ୟତୀତ ଭାରତରେ କରୋନା ମୃତ୍ୟୁ ସଂଖ୍ୟା କମ୍ ହେବାର କାରଣ ରୂପେ ସରକାର ଲୋକଙ୍କ ରୋଗପ୍ରତିରୋଧୀ ଶକ୍ତି ଓ ଯକ୍ଷ୍ମା ଟୀକାକୁ ଦର୍ଶାଇଛନ୍ତି । ମାତ୍ର ଆମେରିକୀୟ ଗବେଷକମାନେ ଭାରତ ସରକାରଙ୍କ ଏହି ଥିଓରୀ ଉପରେ ବିଶ୍ବାସ କରୁନାହାନ୍ତି । ସେମାନେ କହିଛନ୍ତି ଏହାର କୌଣସି ପ୍ରମାଣ ନାହିଁ । ତେଣୁ ଭାରତର କରୋନା ମୃତ୍ୟୁ ସଂଖ୍ୟା ଏକ ‘ରହସ୍ୟ’ ବୋଲି କହିଛି ୱାଶିଂଟନପୋଷ୍ଟ ।

ଏହି ରିପୋର୍ଟ ଅନୁସାରେ ଯେ ପର୍ଯ୍ୟନ୍ତ କୌଣସି ଦେଶରୁ କରୋନା ମୃତ୍ୟୁ ସଂଖ୍ୟାର ସଠିକ ରିପୋର୍ଟ ନ ଆସିବ ସେତେବେଳେ ଏହି ମହାମାରୀ ସହ ଲଢ଼ିବା ସହଜ ହେବ ନାହିଁ । ମୁମ୍ବାଇରେ ହୋଇଥିବା ମୃତ୍ୟୁ ସଂଖ୍ୟା ସମ୍ପର୍କରେ ୱାଶିଂଟନ ପୋଷ୍ଟ ଲେଖିଛି ଯେ – ମୁମ୍ବାଇରେ ଗତବର୍ଷ ମେ ମାସରେ ୬୮୩୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଚଳିତ ବର୍ଷ ମେ ମାସରେ ଏହି ସଂଖ୍ୟା ୧୨୯୬୩ ହୋଇଛି । ସ୍ବାଭାବିକ ଦେଖିଲେ ମୁମ୍ବାଇରେ ଗତବର୍ଷ ତୁଳନାରେ ୬୧୩୧ ଅଧିକ ଲୋକ ମେ ମାସରେ ମୃତ୍ୟୁବରଣ କରିଛନ୍ତି, ଯେତେବେଳେ କି ୨୨୬୯ ଜଣ କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଛି । ତେଣୁ ସ୍ବାଭାବିକ ଭାବରେ କରୋନା ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରାଯାଇଛି । ଏହା ଆଧାରରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ସରକାରୀ ଘୋଷିତ ସଂଖ୍ୟାଠାରୁ ଅଧିକ ହେବ  ବୋଲି ୱାଶିଂଟନ ପୋଷ୍ଟ ଅନୁମାନ କରିଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories