www.samajalive.in
Saturday, December 6, 2025
26.1 C
Bhubaneswar

୧ରେ ନୌସେନାରେ ସାମିଲ ହେବ ଫ୍ରିଗେଟ୍‌ ତମାଳ

ନୂଆଦିଲ୍ଲୀ : ରୁଷ୍‌ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧଜାହାଜ (ଫ୍ରିଟେ) ‘ତମାଳ’କୁ ଜୁଲାଇ ୧ରେ ଭାରତୀୟ ନୌସେନାରେ ସାମିଲ କରାଯିବ ବୋଲି ଜଣାପଡିଛି। ରୁଷ୍‌ର କାଲିନିଗ୍ରାଦ୍‌ ସିପ୍‌ୟାର୍ଡରେ ନିର୍ମିତ ଏହି ଯୁଦ୍ଧଜାହାଜ କ୍ରିଭାକ୍‌ ଶ୍ରେଣୀର ଅଷ୍ଟମ ଜାହାଜ। ଜୁଲାଇ ୧ରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ପଶ୍ଚିମ ନାଭାଲ କମାଣ୍ଡ ମୁଖ୍ୟ ଭାଇସ ଆଡମିରାଲ ସଞ୍ଜୟ ସିଂହ ଅଧ୍ୟକ୍ଷତା କରିବେ ବୋଲି ଜଣାପଡିଛି। ‘ତମାଳ’ ସାମିଲ ହେବାପରେ ଏହାକୁ ପଶ୍ଚିମ ନୌସେନା କମାଣ୍ଡରେ ମୁତୟନ କରାଯିବାର ଯୋଜନା ରହିଛି। ଦେବତାଙ୍କ ରାଜା ଇନ୍ଦ୍ରଙ୍କ ଖଣ୍ଡା ‘ତମାଳ’ ନାମରେ ଏହି ଯୁଦ୍ଧଜାହାଜର ନାମକରଣ କରାଯାଇଛି। ଏହି ଯୁଦ୍ଧଜାହାଜର ମାସ୍କଟ୍‌କୁ ପୌରାଣିକ ଚରିତ୍ର ‘ଜାମ୍ବବାନ’ ଏବଂ ରୁଷ୍‌ର ଜାତୀୟ ପ୍ରାଣୀ ‘ବ୍ରାଉନ ବିୟର’କୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ୩୯୦୦ ଟନ୍‌ ଓଜନ ବିଶିଷ୍ଟ ଏହି ଯୁଦ୍ଧଜାହାଜ ସମେତ ଆଉ ତିନିଟି ଫ୍ରିଗେଟ କିଣିବାକୁ ରୁଷ୍‌ ସହ ୨.୫ ବିଲିୟନ ଆମେରିକୀୟ ଡଲାରର ବୁଝାମଣା ସ୍ବାକ୍ଷରିତ ହୋଇଛି। ଏଥିମଧ୍ୟରୁ ଦୁଇଟି ଫ୍ରିଜେଟ ରୁଷ୍‌ର ୟାନ୍‌ତାର ଏବଂ ଅନ୍ୟ ଦୁଇଟି ଗୋଆ ସ ିପ୍‌ୟାର୍ଡରେ ନିର୍ମାଣ କରାଯିବାର ଯୋଜନା ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories