www.samajalive.in
Friday, December 5, 2025
27.1 C
Bhubaneswar

ରଥଯାତ୍ରା ପାଇଁ ଚାଲିବ ୩୬୫ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ୩୬୫ଟି ସ୍ୱତନ୍ତ୍ର ରେଳ ଚଳାଚଳ କରିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀଠାରେ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏବଂ ପଲାସା, ଛତିଶଗଡ଼ର ଜଗଦଲପୁର ଓ ଗୋଣ୍ଡିଆ ଏବଂ ପଶ୍ଚିମବଙ୍ଗର ସାନ୍ତ୍ରାଗାଛି (କଲକାତା)କୁ ସଂଯୋଗ କରିବ। ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ରଥଯାତ୍ରା ସମୟରେ ନିୟମିତ ଚଳାଚଳ କରୁଥିବା ରେଳ ବ୍ୟତୀତ ୩୬୫ଟି ସ୍ୱତନ୍ତ୍ର ରେଳ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ରେଳ ସେବାଗୁଡ଼ିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଚଳାଚଳ କରାଯିବାକୁ ଯୋଜନା କରାଯାଇଛି। ରଥଯାତ୍ରା ପ୍ରମୁଖ ଦିନଗୁଡ଼ିକରେ ବିଶେଷ ଗୁରୁତ୍ୱ ଦିଆଯିବାକୁ ମଧ୍ୟ ଧ୍ୟାନ ଦିଆଯାଉଛି, ଯାହା ରାଉରକେଲା, ବୀରମିତ୍ରପୁର, ବାଙ୍ଗିରିପୋଷି, ଜୁନାଗଡ଼ ରୋଡ୍, ବାଦାମପାହାଡ଼, ବୌଦ୍ଧ, ଜଗଦଲପୁର, ବାଲେଶ୍ୱର, ଅନୁଗୋଳ, ଗୁଣୁପୁର, ରାୟଗଡ଼ା, ପାରାଦ୍ବୀପ, ଭଦ୍ରକ, କେନ୍ଦୁଝର, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ଭଦ୍ରକ, ସମ୍ବଲପୁର, ତାଳଚେର, କଟକ, ବ୍ରହ୍ମପୁର, ଢେଙ୍କାନାଳ, ବଡ଼ବିଲ, ପଲାସା ଏବଂ ବିଶାଖାପାଟଣା (ଆନ୍ଧ୍ର ପ୍ରଦେଶ), ଜଗଦଲପୁର ଓ ଗୋଣ୍ଡିଆ (ଛତିଶଗଡ଼) ଏବଂ ସାନ୍ତ୍ରାଗାଛି/କଲକାତା (ପଶ୍ଚିମବଙ୍ଗ) ସହିତ ରେଳ ସେବା ସଂଯୋଗ କରିବ। ଗୁଣ୍ଡିଚା ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ବ୍ୟତୀତ ରଥଯାତ୍ରା ମହୋତ୍ସବର ଅନ୍ୟ ଦିନଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଯେଉଁଥିରେ ରାଉରକେଲା, ବାଦାମପାହାଡ଼, ବୀରମିତ୍ରପୁର, ବାଙ୍ଗିରିପୋଷି, ବାଲେଶ୍ୱର, ବଡ଼ବିଲ, ଅନୁଗୋଳ, ପାରାଦ୍ବୀପ, ଭଦ୍ରକ, କେନ୍ଦୁଝର, ପଲାସା, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ବଡ଼ବିଲ, ଜଗଦଲପୁର ଓ ଗୋଣ୍ଡିଆ (ଛତିଶଗଡ଼), ସାନ୍ତ୍ରାଗାଛି (ପଶ୍ଚିମବଙ୍ଗ) ଏବଂ ପଲାସା ଓ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ବ୍ୟତୀତ ଅନ୍ୟାନ୍ୟ ସ୍ଥାନରୁ ଉତ୍ସର୍ଗୀକୃତ ସେବା ଉପଲବ୍ଧ ହେବ। ୨୦୨୪ବର୍ଷ ରଥଯାତ୍ରାରେ ୩୧୫ଟି ସ୍ୱତନ୍ତ୍ର ରେଳ ପରିଚାଳିତ ହୋଇଥିଲା। ଚଳିତ ବର୍ଷ ୫୦ଟି ଅଧିକ ରେଳସେବା କରାଯାଇଛି। ଏହା ସମସ୍ତ ଭକ୍ତଙ୍କ ପାଇଁ ନିରାପଦ, ଆରାମଦାୟକ ଯାତ୍ରା ସୁବିଧା ପ୍ରଦାନ କରିବ। ଯାତ୍ରୀଙ୍କୁ ସରକାରୀ ରେଳ ପୋର୍ଟାଲ ମାଧ୍ୟମରେ ସମୟସୂଚୀ ଉପଲବ୍ଧତା ଯାଞ୍ଚ କରିବାକୁ କୁହାଯାଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories