www.samajalive.in
Saturday, December 6, 2025
17.1 C
Bhubaneswar

ଇରାନ, ଇରାକ୍‌, ଇସ୍ରାଏଲ ଆକାଶସୀମାକୁ ଏଡ଼ାଉଛି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ସଂପ୍ରତି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ଚରମ ସୀମାରେ ଉପନୀତ ହୋଇଥିବାବେଳେ ଏୟାର ଇଣ୍ଡିଆ ପକ୍ଷରୁ ଇରାନ, ଇରାକ ଓ ଇସ୍ରାଏଲର ଆକାଶସୀମାକୁ ଏଡାଇ ଦିଆଯାଉଛି। ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ ଯାତ୍ରୀଙ୍କୁ ଅବଗତ କରାଯାଇଛି। ଆଗାମୀ ଦିନରେ ସଂଯୁକ୍ତ ଆରବ ଏମିରେଟ୍‌ସ, କାତାର, ଓମାନ ଓ କୁଏତ୍‌ ଭଳି ପଶ୍ଚିମ ଏସିଆର ଦେଶଗୁଡିକୁ ଯାତ୍ରା କରିବାକୁ ଥିବା ଏୟାର ଇଣ୍ଡିଆ ବିମାନ ବିକଳ୍ପ ରାସ୍ତାରେ ଯାତ୍ରା କରିବ ବୋଲି କୁହାଯାଇଛି। ୟୁରୋପ ଓ ଉତ୍ତର ଆମେରିକାରୁ ଏସିଆ ଆସୁଥିବା ବିମାନଗୁଡିକ ମଧ୍ୟ ପ୍ରଭାବିତ ହେବ ବୋଲି ଆଶଙ୍କା ଉପୁଜିଛି। ବିକଳ୍ପ ରୁଟ୍‌ରେ ଯାତ୍ରା କଲେ ଅଧିକ ସମୟ ଲାଗିବ ଏବଂ ବିମାନ ଭଡା ବୃଦ୍ଧି ପାଇପାରେ ବୋଲି ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories