www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରକୃତ ବନ୍ଧୁତ୍ୱର ପରିଭାଷା , ପ୍ରଭୁ ଶ୍ରୀକୃଷ୍ଣ ଓ ଅର୍ଜୁନ

ବନ୍ଧୁ ହେଉଛି ଏପରି ବ୍ୟକ୍ତିତ୍ୱ ଯାହାର ଗୁରୁତ୍ୱ ସାରା ବିଶ୍ୱରେ ସ୍ୱତନ୍ତ୍ର। ବନ୍ଧୁମାନେ ଆମକୁ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଥାଆନ୍ତି। ଜୀବନରେ ଯଦି ସାଙ୍ଗ ନ ଥାଆନ୍ତେ ତେବେ ଆମ ଜୀବନ ମରୁଭୂମି ସଦୃଶ ପାଲଟି ଯାଇଥାଆନ୍ତା। ବନ୍ଧୁ ଆମକୁ ଖୁସି କରାଏ । ଆମର ଦୁର୍ବଳତା ଜାଣି ମଧ୍ୟ ଆମକୁ ସାହସର ସହ ଆଗକୁ ବଢିବା ପାଇଁ ପ୍ରେରିତ କରିଥାଏ, ଆବଶ୍ୟକ ସମୟରେ ଆମକୁ ସାହାଯ୍ୟ କରିବା ନିମନ୍ତେ ସର୍ବଦା ଆଗେଇ ଆସିଥାଏ। ପରିବାରର ସଦସ୍ୟଙ୍କମାନଙ୍କ ଭଳି ଆମେ ସାଙ୍ଗସାଥିଙ୍କୁ ଭରସା କରିଥାଉ। ପ୍ରକୃତରେ ବନ୍ଧୁର ଭୂମିକା ଅନ୍ୟମାନଙ୍କ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏପରି ଏକ ଉଦାହରଣ ଦ୍ୱାପର ଯୁଗରେ ଦେଖିବାକୁ ମିଳିଥିଲା । ତାହା ଥିଲା କୃଷ୍ଣ ଓ  ଅର୍ଜୁନଙ୍କର ସମ୍ପର୍କ । ବନ୍ଧୁ ଅର୍ଜୁନଙ୍କୁ କୃଷ୍ଣ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଥିଲେ ।

ପ୍ରଭୁ ଶ୍ରୀକୃଷ୍ଣ ଓ ଅର୍ଜୁନ

- Advertisement -

ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କ ପ୍ରକୃତ ସଖା ଥିଲେ। ଅର୍ଜୁନ ଶ୍ରେଷ୍ଠ ଧନୁର୍ଦ୍ଧାରୀ ଥିଲେ। ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ସେ ଧନୁବିଦ୍ୟା ଶିଖିଥିଲେ। ପ୍ରଭୁ ଶ୍ରୀକୃଣ୍ଣ ଅର୍ଜୁନଙ୍କୁ ତାଙ୍କ ଜୀବନର ସବୁ ସମୟରେ ସାହାଯ୍ୟ କରିଥିଲେ। ପବିତ୍ର ଧର୍ମ ଗ୍ରନ୍ଥ ‘ଗୀତା’ରେ ଉଲେଖ ରହିଛି ଯେ ମହାଭାରତରେ କୌରବ ଓ ପାଣ୍ଡବ ମାନଙ୍କ ମଧ୍ୟରେ ଯୁଦ୍ଧ ସମୟରେ ଅର୍ଜୁନ ଅର୍ଜୁନ ନିଜ ପ୍ରିୟଜନଙ୍କ ସହ ଯୁଦ୍ଧ କରିବାକୁ ନିଜକୁ ଦୃଢ କରିପାରି ନଥିଲେ କାରଣ ସେମାନେ ସଂପର୍କରେ ଭାଇ ଥିଲେ। ତେଣୁ ନିଜ ସଂପର୍କୀୟ ପିତାମହ, ଭ୍ରାତା, ଗୁରୁ ଆଦିଙ୍କ ସହ ଯୁଦ୍ଧ କରିବାକୁ ମନସ୍ତ କରିପାରୁ ନଥିଲେ। କର୍ମ ପ୍ରଥମ କର୍ତ୍ତବ୍ୟ ଓ ଏହାର ଆବଶ୍ୟକତାର ପ୍ରକୃତ ଅର୍ଥ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଅବଗତ କରାଇଥିଲେ। ଅନ୍ତରଙ୍ଗ ବନ୍ଧୁ ହୋଇ ସର୍ବଦା ତାଙ୍କୁ ସାହାଯ୍ୟ କରିଥିଲେ। ତେଣୁ ସାରା ଦୁନିଆ ଆଜି ମଧ୍ୟ ତାଙ୍କ ପବିତ୍ରତାକୁ ମନେ ରଖିଛି।

 

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories