www.samajalive.in
Saturday, December 6, 2025
15.1 C
Bhubaneswar

ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ବର/ଭଦ୍ରକ : ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ଵୀପର ୪ନମ୍ବର ଲଞ୍ଚ ପ୍ୟାଡ଼ରୁ ଭାରତ ଗୁରୁବାର ପୂର୍ବାହ୍ନରେ ସୁପରସୋନିକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏୟାର ଡ଼ିଫେନ୍ସ ଇଣ୍ଟରସେପ୍ଟର ମିସାଇଲର ଏହା ୧୭ତମ ପରୀକ୍ଷଣ ବୋଲି କୁହାଯାଇଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ରର ଉଚ୍ଚତା ୭.୫ ମିଟର ଓ ଗୋଲେଇ ୦.୫ ମିଟର । ଏହା ୧.୨ ଟନ୍ ଓଜନର ଶକ୍ତିବହନ କରିବାର କ୍ଷମତା ରଖିଛି । ଏହି କ୍ଷେପଣାସ୍ତ୍ର ଅଳ୍ପ ଉଚ୍ଚତାରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ । ବର୍ତମାନ ସୁଦ୍ଧା ଏହି ଆଡଭାନ୍ସ ଏୟାର ଡିଫେନ୍ସ  ମିସାଇଲ ୧୭ ଥର ପରୀକ୍ଷଣ କରାଯାଇସାରିଥିଲେ ମଧ୍ୟ ୧୫ ଥର ସଫଳ ପରୀକ୍ଷଣ ହୋଇଥିବା ବେଳେ ୨ଥର ବିଫଳ ହୋଇଛି ।

ବହୁସ୍ତରୀୟ ବାଲାଷ୍ଟିକ ମିସାଇଲ ରକ୍ଷା ପ୍ରଣାଳୀ ବିକଶିତ କରିବା ଆଧାରରେ ବିକଶିତ ହୋଇଥିବା ଏହି କ୍ଷେପଣାସ୍ତ୍ର ଶତ୍ରୁ ପକ୍ଷରୁ ଆସୁଥିବା କ୍ଷେପଣାସ୍ତ୍ରକୁ ନଷ୍ଟ କରିବାରେ ସକ୍ଷମ। ଏହାର ନିର୍ଦ୍ଧାରିତ  ଗତି ଘଣ୍ଟାକୁ ୩୪୨୨ମାଇଲ ଥିବାବେଳେ ଏହା ୧୨୦କି.ମି ଦୂରତା ଅତିକ୍ରମ କରିବା ସହ ଏହି ମିସାଇଲ ଏକ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ପରିଚାଳିତ ହୋଇପାରିବ।

- Advertisement -

ଆଜିର ଏହି ପରୀକ୍ଷଣ ସମୟରେ ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ର  ନିର୍ଦେଶକ ବିନୟ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ ବୈଜ୍ଞାନିକଙ୍କ ସମେତ ବହୁ ପଦାଧିକାରୀ  ପ୍ରମୁଖ ଉପସ୍ଥିତ ଥିଲେ। ଆଡଭାନ୍ସ ଏୟାର ଡିଫେନ୍ସ  ମିସାଇଲ  ନିଜସ୍ୱ  ଜ୍ଞାନକୌଶଳରେ ତିଆରି କରି ବିଶ୍ୱ ଦରବାରରେ ଭାରତ ୪ର୍ଥ ସ୍ଥାନ ଗ୍ରହଣ କରିଛି। ପୂର୍ବରୁ  ଆମେରିକା ପ୍ରଥମ, ରୁଷ ଦ୍ୱିତୀୟ ଏବଂ ଇସ୍ରାଏଲ ତୃତୀୟରେ ସ୍ଥାନରେ ଥିବା ଜଣାପଡିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories