ଶୁକ୍ରବାର ରାଶିଫଳ: ଖୁସି ଖବର ମିଳିବା ସହ ବାଣିଜ୍ୟରେ ଲାଭ, ଏହି ରାଶିର ଲୋକଙ୍କ ପାଇଁ ଶୁଭ,
ମେଷ- ପତ୍ନୀ ଧନପ୍ରିୟ ହୋଇପାରନ୍ତି। ଘରକରଣା ସ୍ବଭାବସମ୍ପନ୍ନ ହେବ। ଆପଣଙ୍କୁ ମଧ୍ୟ ତାଙ୍କ ଦୀକ୍ଷାରେ ଦୀକ୍ଷିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସାଧୁମାନଙ୍କୁ ପରୀକ୍ଷା କରି ସତ୍କାର କରିବେ।
ବୃଷ- ଗୃହପାଳିତ ପଶୁମାନଙ୍କ ପାଇଁ ପଡ଼ୋଶୀଙ୍କ ସହିତ ଉଚ୍ଚବାଚ୍ଚ ହୋଇପାରେ। ଆବଶ୍ୟକ ଅନୁସାରେ ଅମଡ଼ାବାଟରେ ଚଳପ୍ରଚଳ କରିପାରନ୍ତି। ବନ୍ଧୁ ସୁଖ ମିଳିବ। ପତ୍ନୀଙ୍କ କାର୍ଯ୍ୟକଳାପକୁ ସମର୍ଥନ କରିପାରନ୍ତି।
ମିଥୁନ- ସନ୍ତାନମାନେ ସୁଶିକ୍ଷିତଭାବେ ଅକ୍ଷୟ ଯଶର ଅଧିକାରୀ ହେବେ। ସ୍ବଧର୍ମାନୁରକ୍ତ ହୋଇପାରନ୍ତି। ସଚ୍ଚରିତ୍ରସମ୍ପନ୍ନ ହେବା ସହିତ ଜନସାଧାରଣଙ୍କର ଆଦରଣୀୟ ହେବେ। ତେଜଦୀପ୍ତ ହୋଇପାରନ୍ତି।
କର୍କଟ- ଜଳଯାତ ଦ୍ରବ୍ୟ ବ୍ୟବସାୟ କରି ଅର୍ଜିତ ଧନରେ ଆର୍ଥିକ ସ୍ଥିତିକୁ ଉନ୍ନତ ମାନର କରିପାରନ୍ତି। ଭୂସମ୍ପତ୍ତି ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି। କୃଷି କ୍ଷେତ୍ରରୁ ଲାଭ ମିଳିବ।
ସିଂହ- ସବୁ ବର୍ଗର ଲୋକଙ୍କ ସହିତ ମିତ୍ରତା ସ୍ଥାପନ କରି ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି। ଜଣେ ସୁବକ୍ତାଭାବେ ପ୍ରତିଷ୍ଠା ଅର୍ଜନ କରିବେ। ସତ୍ମାର୍ଗରେ ପରିଚାଳିତ ହେଇ ଲୋକଙ୍କ ସେବା କରିବେ।
କନ୍ୟା- ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁବର୍ଣ୍ଣ, ମଣି, ମୁକ୍ତା ଆଦି ବ୍ୟବସାୟରୁ ପ୍ରଚୁର ଧନ ପ୍ରାପ୍ତି ସହ ସଞ୍ଚୟ ଲାଗି ସୁଖୀ ହେବେ। ଗୃହପାଳିତ ପଶୁମାନେ ଧନଲାଭର ଅନ୍ୟତମ କାରଣ ହୋଇପାରନ୍ତି।
ତୁଳା- ଚିତ୍ର ବିଦ୍ୟାରେ ପାରଦର୍ଶିତା ଲାଭ କରିପାରନ୍ତି। ସାରା ଜୀବନ ବ୍ୟାପୀ ଅତ୍ୟନ୍ତ ପୁଣ୍ୟ କର୍ମଶୀଳଭାବେ ସାଧାରଣ କ୍ଷେତ୍ରରେ ସମ୍ମାନନୀୟ ପ୍ରଶଂସାର ପାତ୍ର ହେବେ। ସମ୍ପତ୍ତିବାନ୍ ହେବେ। କ୍ଷମତାଧାରୀ ହେବେ।
ବିଛା- ଏପରି କାର୍ଯ୍ୟ କରିବେ, ଯେଉଁ କାର୍ଯ୍ୟ ପାଇଁ ପ୍ରଶଂସିତ ହେବା ସହିତ ଲୋକସମ୍ପର୍କ ବୃଦ୍ଧି ହେବା ସତ୍ପରାୟଣ ହେବେ। ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞ ହେବେ। ସୁବର୍ଣ୍ଣାଦି ସମ୍ପଦ ସହିତ ସୁଖ ମିଳିବ।
ଧନୁ- ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ। ପୌରୁଷ ପଣିଆ ପ୍ରତିପାଦିତ କରିପାରନ୍ତି। ଯାନବାହନ ସୁଖ ମିଳିପାରେ।
ମକର- ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବା ଭଳି କର୍ମରେ ଜଡ଼ିତ ହୋଇପାରନ୍ତି। ଦୟାଧର୍ମରେ ଦୀକ୍ଷିତ ହେବାକୁ କୁଣ୍ଠା ପ୍ରକାଶ କରିପାରନ୍ତି। ବନ୍ଧୁତାରେ ଜଡ଼ିତ ସ୍ନେହ ମମତାରୁ ଓହରିଯାଇ ପାରନ୍ତି।
କୁମ୍ଭ- ପରର ଶୁଭକାମନା ଭଳି ଏକ ମାନବୋଚିତ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଚାରା ରୋପଣ ଓ ତା’ର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେଇପାରନ୍ତି।
ମୀନ- କେତେକ କ୍ଷେତ୍ରରେ ଅସହିଷ୍ଣୁ ଭାବରେ ନୀତିହୀନ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅନାଦାର ହୋଇପାରନ୍ତି। ଭୋଗ ଭାବନା ଓ ନିଷ୍ଠୁର ସଙ୍ଗ ପରିତ୍ୟାଗ କଲେ କିଛିଟା ସୁଫଳ ପ୍ରାପ୍ତ ହୋଇପାରନ୍ତି।
Comments are closed.