ଶୁକ୍ରବାର ରାଶିଫଳ ( ୧୦। ୪। ୨୦୨୦)

ମେଷ: ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହୋଇପାରେ। ନିଜ କର୍ମପାଇଁ ସାମୟିକ ଭାବେ ମନରେ ଅହଂଭାବ ଆସିପାରେ। ଶାନ୍ତି ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
ବୃଷ: କ୍ରୋଧ ସମ୍ବରଣ କରି ଶତ୍ରୁ ଦମନର କଳ-କୌଶଳ ଚିନ୍ତା କରିପାରନ୍ତି। ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ। ଭାଇମାନଙ୍କ ପ୍ରତି ସ୍ନେହଭାବ ଥିବାରୁ ସହାୟକ ହେବେ। ମାନସିକ ଶାନ୍ତି ଫେରି ପାଇବେ।
ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ଚଞ୍ଚଳ ରହିବ। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ।
କର୍କଟ: ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ଆଚରି ନେଇ ପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି। ବୁଦ୍ଧିମାନ୍‍ ହେବେ।
ସିଂହ: ଉଚ୍ଚ ସମ୍ମାନ ଲାଭ କରିବେ। ମନ ପ୍ରସନ୍ନ ରହିବ। ଧର୍ମପରାୟଣ ହେବେ। ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିପାରନ୍ତି। ଥଣ୍ଡା-କାଶଜନିତ ସାମାନ୍ୟ କ୍ଲେଶ ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ଭକ୍ତି ଓ ସମ୍ମାନ ମିଳିବ।
କନ୍ୟା: ଭାଗ୍ୟଶାଳୀ ହେବେ। ସହନଶୀଳ, ଶାନ୍ତିପ୍ରିୟ, ମଧୁରଭାଷୀ, ଉଦାର ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମନ ହେବ। ବ୍ୟବସାୟ ଲାଭଜନକ ହେବ। ମନ ପ୍ରଫୁଲ୍ଲ ରହିବ। ନିର୍ଲୋଭ ହେବେ। ରୋଜଗାରୀ ହେବେ।
ତୁଳା: ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ଶକ୍ତିମାନ୍‍ ହୋଇପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ମୋକଦ୍ଦମାରେ ବିଜୟୀ ହେବେ। ଧନଲଭ ହେବ।
ବିଛା: ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହୋଇପାରନ୍ତି। ଶତ୍ରୁମାନଙ୍କ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।
ଧନୁ: ସୁଖ-ସନ୍ତୋଷ ଲାଭ କରିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ଦୀର୍ଘ ମିଆଦୀର କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିବାକୁ ଉଦ୍ୟମ ଜାରି ରଖିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ ହେବ।
ମକର: ପରିଶ୍ରମର ମୂଲ୍ୟାଙ୍କନ ହେବ। କୁଳ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।
କୁମ୍ଭ: ଭାଗ୍ୟଶାଳୀ ହେବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍ ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି। କର୍ମଯୋଗୀ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।
ମୀନ: ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

Comments are closed.