www.samajalive.in
Wednesday, December 10, 2025
17.1 C
Bhubaneswar

ୟୁକ୍ରେନରୁ ଝିଅକୁ ଫେରାଇ ଆଣିବେ କହି ଠକିନେଲେ ୪୨ ହଜାର

ବିଦିଶା: ମଧ୍ୟପ୍ରଦେଶରେ ବିଦିଶା ଜିଲାରେ ବାସ କରୁଥିବା ବୈଶାଳୀ ୱିଲ୍‌ସନ୍‌ ୟୁକ୍ରେନରେ ଫସି ରହିଥିବା ତାଙ୍କ ଝିଅକୁ ଫେରାଇ ଆଣିବାକୁ ନେଇ ଖୁବ୍‌ ଚିନ୍ତିତ। ହେଲେ ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ ମିଳିବା ତ ଦୂରର କଥା ବରଂ ତାଙ୍କ ଅସହାୟତାର ଫାଇଦା ଉଠାଯାଉଛି। ନିକଟରେ ପିଏମଓ ନାଁରେ ସେ ଠକାମୀର ଶିକାର ହୋଇଛନ୍ତି ଓ ଟିକେଟ୍‌ ନାଁରେ ତାଙ୍କଠାରୁ ୪୨ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ବୈଶାଳୀଙ୍କ କହିବାନୁଯାୟୀ, ବୁଧବାର ଦ୍ବିପ୍ରହରରେ ତାଙ୍କ ପାଖକୁ ପ୍ରିନ୍ସ ନାମକ ଜଣେ ବ୍ୟକ୍ତିଙ୍କ ଫୋନ୍‌ ଆସିଥିଲା। ସେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବ୍ୟକ୍ତିଗତ ସହାୟକ ବୋଲି ପରିଚୟ ଦେଇଥିଲେ। ସେ ୟୁକ୍ରେନରୁ ତାଙ୍କ ଝିଅ ଏବଂ ତା’ର ଜଣେ ବାନ୍ଧବୀଙ୍କୁ ଫେରାଇ ଆଣିବାକୁ କହିଥିଲେ ଏବଂ ଟିକେଟ୍ ଟଙ୍କା ଜମା କରିବାକୁ ଆକାଉଣ୍ଟ ନମ୍ବର ଦେଇଥିଲେ। ଝିଅକୁ ଫେରାଇ ଆଣିବାକୁ ବୈଶାଳୀ ୨୧ ହଜାର ଟଙ୍କା ଲେଖାଏଁ ଦୁଇଟି ଟିକଟ ପାଇଁ ୪୨ ହଜାର ଟଙ୍କା ସେହି ଆକାଉଣ୍ଟରେ ଜମା କରିଥିଲେ। ୨୪ ଘଣ୍ଟା ପରେ ମଧ୍ୟ ଟିକେଟ୍ ସମ୍ବନ୍ଧରେ କୌଣସି ସୂଚନା ନ ପାଇବାରୁ ବୈଶାଳୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ। ସେଠାରୁ ସେ ଜାଣିବାକୁ ପାଇଲେ ଯେ ପ୍ରିନ୍ସ ନାମକ କୌଣସି କର୍ମଚାରୀ ସେଠାରେ କାମ କରନ୍ତି ନାହିଁ। ଅପରପକ୍ଷେ, ପ୍ରିନ୍ସ ନାମକ ବ୍ୟକ୍ତିକୁ ଫୋନ୍‌ କରି ଟିକେଟ୍‌ ବିଷୟରେ ପଚାରିବାରୁ ସେ କଥାକୁ ଏଡ଼ାଇ ଦେଇଥିଲା। ଏହାପରେ ଠକାମୀର ଶିକାର ହୋଇଥିବା ନେଇ ବୈଶାଳୀଙ୍କୁ ସନ୍ଦେହ ହୋଇଥିଲା ଓ ସେ ଏତଲା ଦେବାକୁ ଥାନାକୁ ଯାଇଥିଲେ। କିନ୍ତୁ ତାଙ୍କ ଏତଲା ଲେଖାହେଲା ନାହିଁ। ପୁଲିସ ଅଭିଯୋଗ ଆବେଦନ ଗ୍ରହଣ କରିବା ସହିତ ସାଇବର ପୁଲିସର ତଦନ୍ତ ପରେ ଏତଲା ଦାୟର କରିବାକୁ କହିଛି।

- Advertisement -

ବୈଶାଳୀଙ୍କ ସମସ୍ୟା କମ୍ ହେବାର ନାଁ ନେଉନାହିଁ। ସେ ନିଜ ଝିଅକୁ ଯଥାଶୀଘ୍ର ନିଜ ଦେଶକୁ ଫେରାଇ ଆଣିବାକୁ ଚାହୁଁଛନ୍ତି, କିନ୍ତୁ ସରକାରଠାରୁ ପ୍ରଶାସନ ପର୍ଯ୍ୟନ୍ତ କେହି ତାଙ୍କୁ ସାହାଯ୍ୟ କରିପାରୁ ନାହାନ୍ତି। ଝିଅକୁ ଫେରାଇ ଆଣିବା ପାଇଁ ବୈଶାଳୀ ସିଏମ ହେଲ୍ପଲାଇନରେ ଅଭିଯୋଗ କରିଥିଲେ, ଏହାର ଉତ୍ତରରେ ଫୋନ୍ କଲରେ ମହିଳା ଅଧିକାରୀ ତାଙ୍କୁ ୟୁକ୍ରେନ ପୁଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories