www.samajalive.in
Saturday, December 13, 2025
23.1 C
Bhubaneswar

ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ଦାବି କଲେ ୪ ମନ୍ତ୍ରୀ

ନୂଆଦିଲ୍ଲୀ : ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କ ଇସ୍ତଫା ପାଇଁ ଦାବି କରୁଥିବା କ୍ୟାବିନେଟ ସହଯୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଉଥିବା ସିଦ୍ଧୁଙ୍କୁ ପାଇଁ ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ପ୍ରଭାବିତ ହେବ ବୋଲି ପଞ୍ଜାବ କଂଗ୍ରେସର ଅନ୍ୟନେତାମାନେ କହିଛନ୍ତି। ଏହି କ୍ରମରେ ପଞ୍ଜାବ ସରକାର ମନ୍ତ୍ରୀ ତ୍ରିପତ ରାଜେନ୍ଦ୍ର ସିଂହ ବାଜୱା, ଭାରତ ଭୂଷଣ, ଶ୍ୟାମ ସୁନ୍ଦର ଆରୋଡ଼ା ଏବଂ ରାଣା ଗୁରମିତ ସିଂହ ସୋଢି ତୁରନ୍ତ ସିଦ୍ଧୁଙ୍କ ଇସ୍ତଫା ଦାବି କରିଛନ୍ତି। ଅମରିନ୍ଦର ସିଂହଙ୍କ ନେତୃତ୍ୱ ଉପରେ ଭରସା ନାହିଁ ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ସିଦ୍ଧୁଙ୍କୁ କହିଛନ୍ତି।
କଂଗ୍ରେସର ତାରକା ପ୍ରଚାରକ ନବଜୋତ ସିଂହ ସିଦ୍ଧୁ କିଛି ଦିନ ତଳେ ଅଭିଯୋଗ କରିଥିଲେ ଯେ ଅକାଳି ଦଳର ବାଦଲ ପରିବାର ସହ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦରଙ୍କ ଭିତରିଆ ସମ୍ପର୍କ ରହିଛି। ସେହିପରି ସିଦ୍ଧୁଙ୍କୁ ପତ୍ନୀ ଅଭିଯୋଗ କରିଥିଲେ ଯେ ଅମରିନ୍ଦରଙ୍କ ଯୋଗୁଁ ତାଙ୍କୁ ଲୋକସଭା ନିର୍ବାଚନ ଲଢିବାକୁ ଟିକେଟ ମିଳିଲା ନାହିଁ।
ଏହାପରେ ଅମରିନ୍ଦିର କହିଥିଲେ ଯେ ସିଦ୍ଧୁଙ୍କ ଆଖି ମୁଖ୍ୟମନ୍ତ୍ରୀ ଚୌକି ଉପରେ ଅଛି। ତେଣୁ ସେ ଏଭଳି ଅଭିଯୋଗ ଆଣୁଛନ୍ତି। ଏବେ କଂଗ୍ରେସର ଅନ୍ୟ ନେତା ଓ ମନ୍ତ୍ରୀମାନେ ସିଦ୍ଧୁଙ୍କୁ ବିରୋଧ କରି ଅମରିନ୍ଦରଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ଏହା ସିଦ୍ଧୁଙ୍କ ଚିନ୍ତା ବଢାଇ ଦେଇଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories