ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ
ବୌଦ୍ଧ : ଜଙ୍ଗଲ ଓ ପରିବେଶ, ପଂଚାୟତ ରାଜ,ପାନୀୟ ଜଳ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁକ୍ରବାର ହରଭଙ୍ଗା ବ୍ଲକର ବୀରନରସିଂହପୁର ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ, ୫ ଲକ୍ଷ ଟଙ୍କା ବ୍ୟୟରେ ଶିବ ମନ୍ଦିର ଓ ମାଉସୀ ମା’ ମନ୍ଦିର ନିକଟରେ ଗୋଷ୍ଠୀ କେନ୍ଦ୍ର ଏବଂ ମିଶନ ଶକ୍ତି କେନ୍ଦ୍ରର ମନ୍ତ୍ରୀ ଶ୍ରୀ ଅମାତ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସଭାରେ ସେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ଜନ କଲ୍ୟାଣ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ଗ୍ରାମ କମିଟିର ସଭାପତି ବୁଦ୍ଧି ସାଗର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ଗ୍ରାମ କମିଟି ସଭାପତି ଜୟ କିଶୋର ମିଶ୍ର, ବରିଷ୍ଠ ସାମ୍ବଦିକ ନରେନ୍ଦ୍ର ସାହୁ, ମୃତ୍ୟୁଂଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପଂଚାନନ ମହାକୁଡ,ସଂଜୟ ସାହୁ, ଜଟେଶ୍ୱର ମହାଲିକ, ଚିତରଂଜନ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.