ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ସମ୍ପାରୁ ପଂଚାୟତ ଅନ୍ତର୍ଗତ କୁରିକଣା ଗ୍ରାମର ପୂର୍ବତନ ଶିକ୍ଷକ ସ୍ବର୍ଗତ ଗୋକୁଳ ଚନ୍ଦ୍ର ବାରିକଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ସଭା ଆୟିଜିତ ହୋଇଯାଇଛି। ଆୟୋଜିତ ସଭାରେ ଦିବଙ୍ଗତ ଶିକ୍ଷକଙ୍କ ଜୀବନି ଉପରେ ଆଧାରିତ ସ୍ମରଣିକା ‘ସ୍ମୃତିଅର୍ଘ’ ଉନ୍ମୋଚିତ ହୋଇଛି। ଆୟୋଜିତ ସଭାରେ କୁରିକଣା ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ରାଉତ ସଭାପତିତ୍ୱ କରି ଗୋକୁଳବାବୁଙ୍କ ଜୀବନର ଅନେକ ଅକୁହା କଥାକୁ ଲୋକଲୋଚନକୁ ଆଣି ତାଙ୍କର ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋକୁଳ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା। ଅମର ଆତ୍ନାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଦିବଙ୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଂଜାଳି ଅର୍ପଣ କରାଯାଇଥିଲା।
ସ୍ବର୍ଗତ ବାରିକ ୧୯୬୫ ମସିହାରୁ ମ୍ୟାଟ୍ରିକ ପରିକ୍ଷାରେ ପାସ କଲାପରେ ନେତାଜୀ ବିଦ୍ୟାପୀଠ କୁରିକଣା ଠାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ପାଇଁ ଭଦ୍ରକ ଓ ପରେ ୧୯୬୮ ମସିହାରେ ଖ୍ରୀଷ୍ଟ କଲେଜରୁ ବିଏ ପାସ କରି କୁରିକଣା ଗ୍ରାମର ପ୍ରଥମ ଗ୍ରାଜୁଏଟ ହେବାର ଗୌରବ ହାସଲ କରିବା ସହିତ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ଅନେକ କିଛି ଅବଦାନ ରଖିଥିଲେ। ସମାଜସେବାରେ ଆଗ୍ରହ ରଖି ସେ ଶିକ୍ଷକତାକୁ ଛାଡି ଶିକ୍ଷାର ପ୍ରସାର ପାଇଁ ଗାଁରେ ଏକ ସ୍କୁଲ ସ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ସେଠାରେ ସେ ଚାକିରି କରିନଥିଲେ। ରାଜନୀତି ସହିତ ସମାଜସେବାରେ ଜଡିତ ରହି ସେ ଅଂଚଳର ଅନେକ ଲୋକଙ୍କ ପାଇଁ ଜନହିତକର କାର୍ଯ୍ୟକରିଥିଲେ।
ସ୍ମୃତି ସଭାରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସନ୍ତୋଷ କୁମାର ବେହେରା, ସମାଜସେବୀ ନୃସିଂହ ଚରଣ ମିଶ୍ର, ଅଭିମନ୍ୟୁ ଧଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ମିଶ୍ର, ଆଶାତରୁ ନାୟକ, ଅବସରପ୍ରାପ୍ତ ଏବିଓ ଅଲେଖ ଚନ୍ଦ୍ର ସାହୁ, ଅଧ୍ୟାପକ ଚନ୍ଦନ ପ୍ରଧାନ, ପ୍ରକାଶ ନାୟକ, ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ବାରିକଙ୍କର ଜୀବନିକୁ ନେଇ ସ୍ମରଣିକା ସ୍ମୃତିଅର୍ଘକୁ ଉନ୍ନୋଚନ କରିଥିଲେ। ଏହି ଅବସରରେ ଏକ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।



