www.samajalive.in
Tuesday, December 9, 2025
26.1 C
Bhubaneswar

ଡିଏମକେର ପୂର୍ବତନ ମେୟର ଓ ତାଙ୍କ ସ୍ୱାମୀଙ୍କ ସମେତ ୩ ଜଣଙ୍କୁ ହତ୍ୟା

ଚେନ୍ନଇ : ତାମିଲନାଡୁରେ ଡିଏମକେର ପୂର୍ବତନ ମେୟର, ତାଙ୍କ ସ୍ୱାମୀଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ମଙ୍ଗଳବାର ରାତିରେ ତିରୁନେଲଭେଲି ସହରରେ ଘଟିଛି।
ପୁଲିସ୍‍ ସୂଚନା ଅନୁସାରେ ଉମା ମାହେଶ୍ୱରୀ (୬୧), ସ୍ୱାମୀ ମୁରଗ ଶଙ୍କରନ (୬୫) ଏବଂ ଚାକରାଣୀ ମାରୀ (୩୦)ଙ୍କ ଶବ ତାଙ୍କ ଘର ଭିତରୁ ମିଳିଛି। ସେମାନଙ୍କ ଶରୀରରେ ଛୁରି ଓ ବାଡି ଆଘାତର ଚିହ୍ନ ରହିଛି। ଉମା ୧୯୬୬ରେ ଡିଏମକେ ଟିକେଟରେ ତିରୁନେଲଭେଲି ନଗର ନିଗମ ନିର୍ବାଚନରେ ବିଜୟୀ ହୋଇ ସହରର ପ୍ରଥମ ମହିଳା ମେୟର ହୋଇଥିଲେ। ରିପୋର୍ଟ ଅନୁଯାୟୀ ଆକ୍ରମଣକାରୀ ଅପରାହ୍ଣ ପ୍ରାୟ ୫ଟା ବେଳେ ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରିଥିଲେ। ମାରୀ ସେମାନଙ୍କୁ ବଞ୍ଚାଇବାକୁ ଆସି ଆକ୍ରମଣର ଶିକାର ହୋଇଥିଲା। ଉମାଙ୍କ ଝିଅ ଘଟଣା ସମ୍ପର୍କରେ ପୁଲିସ୍‍କୁ ସୂଚନା ଦେଇଥିଲେ। ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ଫରେନ୍ସିକ ଦଳ ଘଟଣାସ୍ଥଳରୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଛି ବୋଲି ସୂଚନା ଦିଆଯାଇଛି।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories