www.samajalive.in
Tuesday, December 9, 2025
26.1 C
Bhubaneswar

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କୁ ୭ ବର୍ଷ ଜେଲଦଣ୍ଡ

ଢାକା : ବାଂଲାଦେଶର ଏକ କୋର୍ଟ ଆଉ ଏକ ଦୁର୍ନୀତି ମାମଲାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରମୁଖ ବିରାଧୀ ଦଳ ନେତ୍ରୀ ଖାଲେଦା ଜିଆଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ନିଜ ଟ୍ରଷ୍ଟକୁ ଅଜ୍ଞାତ ଉତ୍ସରୁ ପାଣ୍ଠି ଆଣିବା ମାମଲାରେ ଖାଲେଦା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ମଧ୍ୟ ଦଣ୍ଡାଦେଶ ଶୁଣାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଜିଆ ଦୁର୍ନୀତିର ଅନ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଚଳିତ ବର୍ଷ ଫେବୃଆରୀ ମାସରୁ ଜେଲରେ ଅଛନ୍ତି।
ବାଂଲାଦେଶ ସୁପ୍ରିମକୋର୍ଟ ଚଳିତ ବର୍ଷ ଫେବୃଆରୀ ୮ରେ ଏକ ଦୁର୍ନୀତି ମାମଲାରେ ଖାଲେଦାଙ୍କୁ ଦୋଷୀ ସାବ୍ୟସ୍ତ କରି ପାଞ୍ଚବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ସେହିପରି ବାଂଲାଦେଶର ଏକ ଅଦାଲତ ନିର୍ବାଚନୀ ର‍୍ୟାଲିରେ ଗ୍ରେନେଡ ଆକ୍ରମଣ କରିବା ଅଭିଯୋଗରେ ଖାଲେଦାଙ୍କ ପୁଅ ରେହମାନଙ୍କ ସମେତ ୩୮ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ରେହମାନଙ୍କ ସମେତ ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟ ୧୯ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଯାଇଛି।
ଖାଲେଦା ପ୍ରଧାନମନ୍ତ୍ରୀ ଥିବାବେଳେ ଏକ ଅନାଥାଶ୍ରମ ପାଇଁ ବିଦେଶରୁ ମିଳିଥିବା ୨.୧ କୋଟି ଟାକା (ଭାରତୀୟ ମୁଦ୍ରାରେ ପ୍ରାୟ ୧.୬ କୋଟି ଟଙ୍କା) ହଡପ କରିଥିବା ଅଭିଯୋଗ ହୋଇଥିଲା। ଦୁର୍ନୀତି ନିବାରଣ କମିସନ ପକ୍ଷରୁ ୨୦୦୮ରେ ଖାଲେଦାଙ୍କ ସମେତ ମୋଟ ଛଅଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ବାଂଲାଦେଶ ନ୍ୟାସନାଲ ପାର୍ଟି ନେତ୍ରୀ ଖାଲେଦା ଜିଆ ୧୯୯୧ରୁ ୧୯୯୬ ଓ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଥିଲେ।

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories