ଆତ୍ମନିର୍ଭର ଭାରତ ମାଧ୍ୟମରେ ଏକ ନବଭାରତର ଗଠନ ପାଇଁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଆମେ ଆମର ସମସ୍ତ ମତପାର୍ଥକ୍ୟକୁ ଭୁଲିଯାଇ ଏକ ନୂଆ ଦେଶ ଗଠନ କରିବାକୁ ଅଗ୍ରସର ହେବା ଉଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲିଗଡ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ଉତ୍ସବରେ ଉଦବୋଧନ ଦେଇ ଏହା କହିଛନ୍ତି। ଶ୍ରୀ ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ସେ କହିଛନ୍ତି ତାଙ୍କ ସରକାର କୌଣସି ପକ୍ଷପାତ ବିନା ସମସ୍ତଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି ସରକାର ଜାତି ଓ ଧର୍ମ ନିର୍ବିଶେଷରେ ସମସ୍ତଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ଦେଶ ଗଠନ ପାଇଁ ନିଜକୁ ଉତ୍ସର୍ଗ
କରିବାକୁ ସେ ଆଲିଗଡ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କୋବିଡ୍ -୧୯ର ନିୟନ୍ତ୍ରଣରେ ବିଶ୍ୱବିଦ୍ୟାଳୟ ସହାୟତା କରିଥିବାରୁ ସେ ଏହାର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମୁସଲମାନ ସମ୍ପ୍ରଦାୟର କନ୍ୟାମାନଙ୍କୁ ଶିକ୍ଷିତ କରାଇବା ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏ କ୍ଷେତ୍ରରେ ଅନେକ କଲ୍ୟାଣକାରୀ
ଯୋଜନା ମଧ୍ୟ ହାତକୁ ନିଆଯାଇଛି।



