www.samajalive.in
Saturday, December 6, 2025
26.1 C
Bhubaneswar

୫୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରଥମ ଦଫାରେ ଦିଆଯିବ କରୋନା ଟିକା

କରୋନା ପ୍ରତିଷେଧକ ପ୍ରଥମେ ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ। ତା’ଛଡା ୫୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ କୋଭିଡ ପ୍ରତିଷେଧକ ପ୍ରଥମ ଦଫାରେ ଦିଆଯିବ। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରିଛି। ସୂଚନା ଅନୁଯାୟୀ, ଯେଉଁମାନଙ୍କୁ ପ୍ରତିଷେଧକ ଦିଆଯିବ ସେମାନଙ୍କୁ ସେମାନଙ୍କର ମୋବାଇଲ୍‍ ଫୋନ୍‍ ମାଧ୍ୟମରେ ସୂଚନା ପଠାଯିବ। ପ୍ରତିଷେଧକ ନେବାପାଇଁ ସେମାନଙ୍କୁ ସମୟ ଓ ସ୍ଥାନ ବିଷୟରେ ସୂଚନା ଦିଆଯିବ। ପ୍ରତିଷେଧକ ନେବାକୁ ଥିବା ଲୋକମାନଙ୍କର ପଞ୍ଜିକରଣରେ କୌଣସି ଅସୁବିଧା ନହେବା ପାଇଁ ଏଭଳି ପଦକ୍ଷେପ ନିଆଯିବ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ କୋଭିଡ ପ୍ରତିଷେଧକ ନେବାପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବ। ଜଣେ ବ୍ୟକ୍ତି ପଞ୍ଜିକୃତ ହେବାପରେ ତାଙ୍କୁ କେତେବେଳେ ଓ କେଉଁଠାରେ ପ୍ରତିଷେଧକ ଦିଆଯିବ ସେ ସଂକ୍ରାନ୍ତରେ ସୂଚନା ଦିଆଯିବ। ପୂର୍ବରୁ ବିଶ୍ୱରେ ଭାରତର ଏକ ବୃହତ୍‍ ପ୍ରତିଷେଧକ ଟୀକାକରଣ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ୨୬ ନିୟୁତ ନବଜାତ ଶିଶୁ ଓ ୨୯ ନିୟୁତ ଗର୍ଭବତୀ ମହିଳାଙ୍କୁ ଟୀକା ଦିଆଯାଉଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories