www.samajalive.in
Saturday, December 6, 2025
14.1 C
Bhubaneswar

ସୁରେଶ ରାଇନା, ଗୁରୁ ରନ୍ଧୱା, ସୁଜୈନ ଖାନ ଗିରଫ

ମୁମ୍ବଇ: କରୋନା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ମୁମ୍ବଇ ପୁଲିସ। କୋଭିଡ ନିୟମ ଉଲ୍ଲଂଘନ କରି ହୋଟେଲରେ ପାର୍ଟି କରୁଥିବା ପୂର୍ବତନ କ୍ରିକେଟର ସୁରେଶ ରାଇନା, କଣ୍ଠଶିଳ୍ପୀ ଗୁରୁ ରନ୍ଧୱା, ଅଭିନେତ୍ରୀ ସୁଜୈନ ଖାନଙ୍କ ସମେତ ୩୪ ଜଣଙ୍କୁ ପୁଲିସ ଗିରଫ କରିଛି। ତେବେ ପରବର୍ତ୍ତୀ ସମୟରେ ରାଇନା ଏବଂ ଗୁରୁ ରନ୍ଧୱା ଜାମିନରେ ଆସିଛନ୍ତି।

ସୂଚନା ଅନୁସାରେ, ମୁମ୍ବଇ ବିମାନବନ୍ଦରର ନିକଟରେ ଥିବା ଜେଡବ୍ଲ୍ୟୁ ମେରିୟଟ ହୋଟେଲ କ୍ଲବ ସୋମବାର ରାତିରେ ଏହି ପାର୍ଟି ଚାଲୁଥିଲା। ଏଥିରେ କୋଭିଡ ନିୟମ ଉଲ୍ଲଂଘନ ହୋଇଥିଲା। ପାର୍ଟିରେ ଭାଗ ନେଇଥିବା ସମସ୍ତଙ୍କ ବିରୋଧରେ ମୁମ୍ବଇରେ ଏତଲା ରୁଜୁ ହୋଇଥିଲା। ଏହା ପରେ ରାତି ପ୍ରାୟ ସାଢ଼େ ୩ଟାରେ ପୁଲିସ କ୍ଲବରେ ଚଢ଼ାଉ କରିବା ସହିତ ୩୪ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ କ୍ଲବର ୭ କର୍ମଚାରୀଙ୍କ ସମେତ କିଛି ମହିଳା ଥିଲେ। ସେମାନଙ୍କୁ ନୋଟିସ ଦେଇ ପୁଲିସ ଛାଡ଼ି ଦେଇଛି।

- Advertisement -

ମୁମ୍ବଇ ପୁଲିସ ସୂଚନା ଅନୁସା​ରେ, ପାର୍ଟିରେ ଅନେକ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ। କିନ୍ତୁ ଚଢ଼ାଉ ସମୟରେ ରାଇନାଙ୍କୁ ଛାଡ଼ି ଅନ୍ୟମାନେ କ୍ଲବର ପଛ ଗେଟ୍‌ ଦେଇ ଫେରାର ହୋଇଯାଇଥିଲେ। ରାଇନାଙ୍କ ସମେତ ଅନ୍ୟ ସେଲିବ୍ରିଟିମାନଙ୍କ ବିରୋଧରେ ଆଇପିସି ଧାରା ୧୮୮, ୩୪ ଅଧୀନରେ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ମୁମ୍ବଇରେ ଏବେ ବି ଲକଡାଉନ ନିୟମ ଜାରି ରହିଛି। ନିୟମ ଅନୁସାରେ ରାତି ୧୧ଟା ପରେ କୌଣସି ପ୍ରକାର ପାର୍ଟି କିମ୍ବା ସାର୍ବଜନିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories