www.samajalive.in
Wednesday, December 10, 2025
15.1 C
Bhubaneswar

ଝାରସୁଗୁଡ଼ାରେ ଆଲୋଡ଼ନ: ମାଫିଆଙ୍କ ଅର୍ଥରେ ପରିବାର ସହ ବିଦେଶ ବୁଲିଛନ୍ତି ସରକାରୀ ବାବୁ!

ଝାରସୁଗୁଡ଼ା: ଜିଲାର ଜଣେ ବରିଷ୍ଠ ଓଏଏସ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଏବେ ଅନ୍ୟ କେତେକ ଅଧିକାରୀଙ୍କ ଆଡ଼କୁ ସନ୍ଦେହର ଅଙ୍ଗୁଳି ଉଠିଲାଣି । ନିଜର ସମସ୍ତ କାଜୁଆଲ ଲିଭ୍ ଶେଷ କରି ସବେତନ ଛୁଟି ନେଇ ପରିବାର ସହ ବିଦେଶ ବୁଲିବାକୁ ଯାଇଛନ୍ତି ।  ଏହି ଅଧିକାରୀଙ୍କ ନାମରେ ପୂର୍ବରୁ ମଧ୍ୟ ଭିଜିଲାନ୍ସ ମାମଲା ଥିଲେ କିଛି ନେତା ଓ ବଡ଼ବଡ଼ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ସେ ଯାବତୀୟ ଅନିୟମିତତା ଚଳାଇବାରେ ଲାଗିଛନ୍ତି ।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଏହି  ଅଧିକାରୀ କେଇମାସ ପୂର୍ବରୁ ପରିବାର ସହ ମାଲେସିଆ ଓ ସିଙ୍ଗାପୁର ଯିବା ପାଇଁ ଛୁଟି ଆବେଦନ କରିଥିଲେ । ହେଲେ ସେତିକି ବେଳେ ସମ୍ପୃକ୍ତ ଅଧିକାରୀ ନିଜର ସମସ୍ତ ସି.ଏଲ ଶେଷ କରି ଦେଇଥିବାରୁ ସଦର ଉପଜିଲାପାଳ ଜିଲାପାଳଙ୍କ କାର୍ଯ୍ୟାଳୟର ଏଷ୍ଟାବ୍ଲିସମେଣ୍ଟ ବିଭାଗର ସହକାରୀ ଜିଲାପାଳଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରିଥିଲେ । ସମ୍ପୃକ୍ତ ଅଧିକାରୀ  ବିଦେଶ ଗସ୍ତରେ ଯିବାକୁ ଅନୁମତି ମାଗିଥିବାରୁ ଉପଜିଲାପାଳ ଏହାକୁ ଇ.ଏଲ ଭାବେ ଛୁଟି ମଞ୍ଜୁର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ​ଏହାକୁ ନେଇ ୟୁଥ ଏଗେନଷ୍ଟ କରପସନ ନାମକ ଏକ ସଂସ୍ଥା ପ୍ରଶ୍ନ ଉଠାଇବା ସହ ତଦନ୍ତ ଦାବି କରିଛି ।

- Advertisement -

ସଙ୍ଗଠନ ପକ୍ଷରୁ ଏହି ଅଧିକାରୀଙ୍କ ବିଦେଶଗସ୍ତର ସମ୍ପୂର୍ଣ୍ଣ ବିବରଣୀ ଯାଞ୍ଚ କରିବାକୁ ଦାବି ହୋଇଛି । ସମ୍ପୃକ୍ତ ଅଧିକାରୀଙ୍କ ପାଇଁ କିଏ ବିମାନ ଟିକେଟ୍ କରିଥିଲେ ? ଏହି ଟିକେଟ ଦେୟ କେଉଁପରି ଭାବରେ ପଇଠ ହୋଇଥିଲା? ଯେଉଁ ସଂସ୍ଥା ତାଙ୍କ ପାଇଁ ବିଦେଶରେ ହୋଟେଲ ବୁକିଂ ଓ ବୁଲାବୁଲିର ବ୍ୟବସ୍ଥା କରିଥିଲା ତାଙ୍କୁ କେମିତି ଟଙ୍କା ଦିଆଯାଇଥିଲା ? ଡ଼େବିଟ୍ କାର୍ଡ଼, କ୍ରେଡ଼ିଟ୍ କାର୍ଡ଼ ନା ନେଟ୍ ବ୍ୟାଙ୍କିଂରେ ? ନାଁ ଅଧିକାରୀଙ୍କ ପାଇଁ ଆଉ କେଉଁ ସଂସ୍ଥା ଏହି ବୁକିଂ କରିଥିଲା ତାହାର ଯାଞ୍ଚ ହେଲେ ସବୁ କଥା ସ୍ପଷ୍ଟ ହୋଇଯିବ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଛି । ସେହିପରି ସାଧାରଣତଃ ପର୍ଯ୍ୟଟନ ଋତୁରେ ବାବୁଜଣକ ବୁଲିବାକୁ ଯାଇଥିବା ଦେଶକୁ ବିମାନ ଭଡ଼ା, ହୋଟେଲ ଆଦି ଚଢ଼ା ହୋଇଥିବାବେଳେ ବାବୁ କିପରି ଏତେ ଟଙ୍କା ଭରଣା କଲେ ଓ ଆୟର ସୂତ୍ର କଣ ତାହାର ଯାଞ୍ଚ ହେବା ଆବଶ୍ୟକ ଏବଂ ସାଇବର ବିଭାଗ ଦ୍ବାରା ତାଙ୍କ ମୋବାଇଲର କଲ ବିବରଣୀ ଯାଞ୍ଚ କଲେ ଜିଲାରେ ଚାଲିଥିବା ଅନିୟମିତତା, ଜମି ଜାଲିଆତି ଲୁଟପାଟର ଅନେକ ତଥ୍ୟ ମିଳିବ ବୋଲି ମଧ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ  ପାଉଁଶ, ବାଲି ଓ ଲଘୁ ଖଣିଜ ମାଫିଆଙ୍କ ପ୍ରତି ସମ୍ପୃକ୍ତ ବାବୁ ବେଶ୍ ସମ୍ବେଦନଶୀଳ ବୋଲି ସହରରେ ବେଶ୍ ଚର୍ଚା ।  ବିଭିନ୍ନ ସମୟରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲେ ମଧ୍ୟ କିଛି ଉଚ୍ଚ ଅଧିକାରୀ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖୁଥିବା ମଧ୍ୟ ଅଭିଯୋଗ ହୋଇଛି । ପୂର୍ବରୁ ତାଙ୍କ ନାମରେ ଭିଜିଲାନ୍ସ ଅଭିଯୋଗ ହୋଇଥିଲା ଏବଂ ଚଢ଼ଉ କରାଯାଇଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories