ଗିରଫ ଯନ୍ତ୍ରୀ କୋର୍ଟ ଚାଲଣ
ହରଭଙ୍ଗା: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ବୌଦ୍ଧ ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବଗ୍ରାହୀ ସାମନ୍ତରାୟଙ୍କୁ ମଙ୍ଗଳବାର କୋର୍ଟ ଚାଲଣ କରାଯାଇଛି । ସୋମବାର ଜଣେ ସରପଞ୍ଚଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।
ସୂଚନାଯୋଗ୍ୟ, ଖୁଣ୍ଟବନ୍ଧ ପଞ୍ଚାୟତର ଏକ ଓଭରହେଡ ଟ୍ୟାଙ୍କର ସୋଲାର ପେନାଲର ବିଲ୍ କରିବା ପାଇଁ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ମିତ୍ରଭାନୁ ଭିଜିଲାନ୍ସ ଦ୍ବାରସ୍ଥ ହୋଇଥିଲେ । ଯୋଜନା ଅନୁଯାୟୀ, ସୋମବାର ଦିନ ମିତ୍ରଭାନୁ ଯନ୍ତ୍ରୀ ଶ୍ରୀ ସାମନ୍ତରାୟଙ୍କୁ ଲାଞ୍ଚ ଦେଉଥିବା ବେଳେ ନଗଦ ଟଙ୍କା ସହ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।