www.samajalive.in
Saturday, December 6, 2025
16.1 C
Bhubaneswar

ଟଙ୍କା ପାଇଁ ଉବେର ଡ୍ରାଇଭରକୁ ହତ୍ୟା କଲେ ଦମ୍ପତ୍ତି

ନୂଆଦିଲ୍ଲୀ:ଏକତ୍ରିତ ବସବାସ କରୁଥିବା ଏକ ଦମ୍ପତ୍ତି ଉପରେ ଜଣେ ଉବେର ଡ୍ରାଇଭରକୁ ହତ୍ୟା କରି ତାଙ୍କ ଗାଡ଼ି ଚୋରି କରିବା ଅଭିଯୋଗ ହୋଇଛି। ଫାରହାତ ଅଲ୍ଲୀ(୩୪) ଓ ସୀମା ଶର୍ମା(୩୦)ଙ୍କୁ ରବିବାର ଦିଲ୍ଲୀ ପୁଲିସ ସିସି ଟିଭି ଫୁଟେଜର ରେକର୍ଡ଼କୁ ଯାଞ୍ଚ କରିବା ପରେ ଗିରଫ କରିଛି। ଏ ସମ୍ପର୍କରେ ଜାନୁୟାରୀ ୨୯ରେ ଶଙ୍କରପୁର ଅଞ୍ଚଳରେ ଏକ ମାମଲା ରୁଜୁ ହୋଇଥିଲା। ଜନୈକା ମହିଳା ତାଙ୍କ ସ୍ୱାମୀ ନିଖୋଜ ହୋଇଯାଇଥିବା ସମ୍ପର୍କରେ ପୁଲିସରେ ଅଭିଯୋଗ କରିଥିଲେ। ତାଙ୍କ ସ୍ୱାମୀ ଗୋବିନ୍ଦ ଉବେରରେ ଗାଡ଼ି ଚାଳକଭାବେ କାର୍ଯ୍ୟରତ ଥିବାବେଳେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଶେଷ ଥର ପାଇଁ ଏହି ଉବେର ଗାଡ଼ିକୁ ମଦନଗିରରୁ କାପାସେରା ସୀମା ପର୍ଯ୍ୟନ୍ତ ଏହି ଗାଡ଼ି ଯିବା ପରେ ଜିପିଏସ ସର୍ଭିସ ବନ୍ଦ ହୋଇଯାଇ ଥିଲା। ଏହି ମାମଲାରେ ପୁଲିସକୁ କୌଣସି ସାକ୍ଷୀ ନମିଳିବାରୁ କେବଳ ଟେକ୍ନୋଲୋଜି ଉପରେ ନିର୍ଭର କରି ମାମଲାର ତଦନ୍ତ ଆରମ୍ଭ କରିଥିଲା ପୁଲିସ। ତେଣୁ ବୈଶୟିକ ପ୍ରକ୍ରିୟାରେ ଗୋବିନ୍ଦଙ୍କ ମୋବାଇଲକୁ ଟ୍ରାକ୍‍ କରିବାରୁ ମେହେରୋଲିରୁ ଗୁରୁଗ୍ରାମ ମଧ୍ୟରେ ଉକ୍ତ ମୋବାଇଲ ସକ୍ରିୟ ଥିବା ପୁଲିସ ଜାଣି ପାରିଥିଲା। ଏହି ମୋବାଇଲ ଉତ୍ତରପ୍ରଦେଶର ଆମରୋହା ଜିଲାର ସୀମା ଶର୍ମା ଓ ଫାରହାତ ଅଲ୍ଲୀଙ୍କ ନିକଟରୁ ଏହି ମୋବାଇଲ ଉଦ୍ଧାର କରିବା ପରେ ଦିଲ୍ଲୀ ପୁଲିସ ଉକ୍ତ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଉପରୋକ୍ତ ଦମ୍ପତ୍ତି ଶେଷ ଥର ପାଇଁ ଗୋବିନ୍ଦଙ୍କ କାରରେ ବସିଥିଲେ। ବାଟରେ ସେମାନେ ଚାଁରେ ନିଶା ଔଷଧ ମିଶାଇ ଗୋବିନ୍ଦଙ୍କୁ ପିଆଇ ଦେବାରୁ ସେ ଘଟଣାସ୍ଥଳରେ ଅଚେତ ହୋଇଯାଇଥିଲେ। ପରଦିନ ଏକ ସ୍ୱୟଂଚାଳିତ ବ୍ଲେଡ଼ରେ ଗୋବିନ୍ଦଙ୍କ ଶରୀରକୁ ୩ଖଣ୍ଡ କରି ଗ୍ରେଟାର ନୋଇଡ଼ାର ଏକ ନାଳରେ ଫିଙ୍ଗି ଦେଇଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ଏହି ଦମ୍ପତ୍ତି ଏଭଳି ଅପରାଧ କେବଳ ଟଙ୍କା ଅଭାବରୁ କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories