www.samajalive.in
Saturday, December 6, 2025
15.1 C
Bhubaneswar

ସୁପ୍ରିମକୋର୍ଟଙ୍କ ରାୟ ସିବିଆଇ ପାଇଁ ନୈତିକ ବିଜୟ : ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ସିବିଆଇ-ପଶ୍ଚିମବଙ୍ଗ ସରକାର ବିବାଦରେ ସୁପ୍ରିମକୋର୍ଟଙ୍କ ରାୟକୁ ସିବିଆଇ ପାଇଁ ନୈତିକ ବିଜୟ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଚିଟ୍‍ଫଣ୍ଡ ଦୁର୍ନୀତିର ଏକ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କଲକାତା ପୁଲିସ କମିଶନର ରାଜୀବ କୁମାର ଗତ ୩ବର୍ଷ ଧରି କାହିଁକି ସିବିଆଇକୁ ଏଡେଇ ଚାଲିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟ ପକ୍ଷରେ ତାଙ୍କୁ କାହିଁକି ରାଜନୈତିକ ମହଲରୁ ସମର୍ଥନ ମିଳୁଛି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ପ୍ରସାଦ କହିଛନ୍ତି ବହୁ ଟିଏମ୍‍ସି ନେତା ଚିଟ୍‍ଫଣ୍ଡ ଦୁର୍ନୀତିରେ ସେମାନଙ୍କର ଭୂମିକା ପାଇଁ ଗିରଫ ହୋଇଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେବେ ସେମାନଙ୍କ ପାଇଁ ଧାରଣାରେ ବସିନାହାନ୍ତି। କିନ୍ତୁ ବର୍ତ୍ତମାନ ସେ ପୁଲିସ କମିଶନରଙ୍କ ପାଇଁ କାହିଁକି ଧାରଣାରେ ବସିଛନ୍ତି। ପୁଲିସ କମିଶନର ଚିଟ୍‍ଫଣ୍ଡ ଦୁର୍ନୀତି ସଂକ୍ରାନ୍ତରେ ବହୁ କିଛି ତଥ୍ୟ ଜାଣିଥାଇ ପାରନ୍ତି ଏବଂ ତାକୁ ଲୁଚାଉଛନ୍ତି ବୋଲି ଅଭିଯୋଗ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories