www.samajalive.in
Saturday, December 6, 2025
17.1 C
Bhubaneswar

ବାଘ ଛାଲ ଜବତ, ଦୁଇ ଗିରଫ

ବୌଦ୍ଧ : ବୌଦ୍ଧ କଣ୍ଟାମାଳ ରେଞ୍ଜ ବନାଞ୍ଚଳରୁ ବାଘ ଛାଲ ଜବତ ହୋଇଛି। ବାଘ ଛାଲ ଚାଲାଣ ଅଭିଯୋଗରେ ବନ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ବାଘ ଛାଲ ଚାଲାଣ ହେବାକୁ ଥିବାବେଳେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା। ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନୀତିଶ କୁମାରଙ୍କ ଏକ ଟିମ୍ ବଲାଙ୍ଗୀରର ତିସୁରା ଥାନା କୋଟଗାଁରେ ଚଢାଉ କରିଥିଲା।

ସେଠାରେ ଅଭିଯୁକ୍ତ ମୁକେଶ ମନହିରାକୁ ଗିରଫ କରିବା ସହ ତାକୁ ଅଧିକ ପଚରାଉଚରା କରୁଛି। କଣ୍ଟାମାଳରେ କଣ୍ଟାପଡା ସେକ୍ସନର ପଟାମୁଣ୍ଡା ଗାଁରେ ବାଘ ଛାଲ ଥିବା ସୂଚନା ପାଇ ବନ ବିଭାଗ  ଟିମ୍  ଚଢାଉ କରିଥିଲା । ଏକ ପାଳ ଗଦାରୁ ବାଘ ଛାଲ ଜବତ କରାଯାଇଥିଲା । ଏହି ମାମଲାରେ ଜଡିତ ପଟାମୁଣ୍ଡା ଗାଁର ଦିବ୍ୟଶଙ୍କର ବଗର୍ତ୍ତୀଙ୍କୁ ଗିରଫ କରିଛି ବନ ବିଭାଗ । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଡିଏଫଓ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories