www.samajalive.in
Saturday, December 6, 2025
15.1 C
Bhubaneswar

୧୨ ଗୋଠଛଡ଼ା ଦନ୍ତା ହାତୀ ଠାବ:ଟ୍ରାଙ୍କୁଲାଇଜ୍ କରି ଲଗାଯିବ ରେଡିଓକଲାର୍

ଭୁବନେଶ୍ୱର :ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ରାଜଧାନୀରେ ମଧ୍ୟ ଜନବସତିକୁ ପଶିଆସୁଛନ୍ତି ହାତୀ। ରାଜ୍ୟରେ ଉତ୍ପାତ କରୁଛନ୍ତି ଗୋଠଛଡ଼ା ଦନ୍ତାହାତୀ। ମଣିଷ ଜୀବନ ନେବା ସହିତ ବହୁ ଧନଜୀବନ ନଷ୍ଟ କରୁଛନ୍ତି। ଏହା ବନ ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି। ବନବିଭାଗ ପକ୍ଷରୁ ରାଜ୍ୟରେ ରହିଥିବା ୧୨ଟି ଗୋଠଛଡ଼ା ଦନ୍ତାହାତୀଙ୍କୁ ଠାବ କରାଯାଇଛି। ଖୁବ୍‌ଶୀଘ୍ର ଏହି ଦନ୍ତାହାତୀଙ୍କୁ ଚନ୍ଦକା ହାତୀ ସୁଧାର କେନ୍ଦ୍ରକୁ ଅଣାଯାଇ ବିଶେଷଜ୍ଞଙ୍କ ଦ୍ବାରା ବ୍ୟବହାରରେ ସୁଧାର ଆଣିବାକୁ ଉଦ୍ୟମ କରାଯିବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି। ରାଜ୍ୟରେ ଥିବା ୩୧୩ଟି ଦନ୍ତା ହାତୀ ମଧ୍ୟରୁ ୧୨ଟି ଗୋଠଛଡ଼ା ହାତୀ ଚିହ୍ନଟ କରିଛି ବନବିଭାଗ। ଭୁବନେଶ୍ୱର, ରାଉରକେଲା, ଅନୁଗୋଳ ଓ ବାରିପଦା ଭଳି ୪ଟି ସର୍କଲରେ ୩ଟି ଲେଖାଏଁ ଦନ୍ତା ହାତୀ ବୁଲୁଛନ୍ତି। ଗୋଠ ଛାଡ଼ି ବାରମ୍ବାର ଜନବସତି ମୁହାଁ ହେଉଛନ୍ତି। ଘରଦ୍ବାର ଭାଙ୍ଗୁଛନ୍ତି, ମଣିଷଙ୍କୁ ଦେଖିଲେ ମାରିଗୋଡ଼ାଇବାକୁ ପଛାଉନାହାନ୍ତି। ଚିହ୍ନଟ ହୋଇଥିବା ୧୨ଟି ହାତୀଙ୍କୁ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲଗାଇବାର ବ୍ୟବସ୍ଥା ହୋଇଛି। ଏହାପରେ ହାତୀଙ୍କୁ ବିଭିନ୍ନ ଅଭୟାରଣ୍ୟରେ ଛଡ଼ାଯିବାର ବ୍ୟବସ୍ଥା ହୋଇଛି। ଏହିସବୁ ହାତୀଙ୍କ ବ୍ୟବହାରରେ ସୁଧାର ନ ଆସିଲେ, ଚନ୍ଦକାସ୍ଥିତ ହାତୀ ସୁଧାର କେନ୍ଦ୍ରକୁ ଅଣାଯିବାର ବ୍ୟବସ୍ଥା କରାଯିବ ବୋଲି ପିସିସିଏଫ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି। ଚନ୍ଦକା ଓ ଖୋର୍ଦ୍ଧା ଅଞ୍ଚଳରେ ବୁଲୁଥିବା ଦୁଇଟି ମାଖନା ହାତୀ(ଦାନ୍ତ ନଥିବା ଅଣ୍ଡିରା ହାତୀ)ଙ୍କୁ ଟ୍ରାଙ୍କୁଲାଇଜ୍ କରିବାକୁ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories