www.samajalive.in
Friday, December 5, 2025
26.1 C
Bhubaneswar

ରେଳ ଧାରଣାରୁ ଗୁରୁତର ଯୁବକ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ସମ୍ବଲପୁରରୁ ଟିଟିଲାଗଡ଼କୁ ସଂଯୋଗ କରିଥିବା ରେଳପଥର ଚକୁଳି ଫାର୍ମ ନିକଟବର୍ତ୍ତୀ ରେଳ ଧାରଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ଅବସ୍ଥାରେ ପଡି ରହିଥିଲେ। ଖବରପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଓ ସମ୍ବଲପୁର ରେଳୱେ ଥାନା ଅଧିକାରୀ ସୌଦାମିନୀ ନାଗଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ପୁଲିସ ଦଳ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। ଗୁରୁତର ଆହତ ଜଣକ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଗୋଟେନ ଗ୍ରାମର ଉପିନ ମାଝୀ (୨୭) ବୋଲି ଜଣାପଡିଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ସେ ସମ୍ବଲପୁର ଷ୍ଟେସନରୁ ଟ୍ରେନରେ ଉଠିଥିବା ପ୍ରକାଶ କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ହେଲେ କେଉଁ ଟ୍ରେନରେ ଚଢ଼ିଥିଲେ। କେତେବେଳେ ଚଢିଥିଲେ ଏବଂ କେଉଁ କାରଣରୁ ଟ୍ରେନରୁ ଖଡ଼ି ପଡ଼ିଥିଲେ ତାହା ଜଣାପଡି ନାହିଁ। ତଦନ୍ତ ଜାରି ରହିଛି।

ଆରମ୍ଭ ହେଲା ଶନିଙ୍କ ବକ୍ର ଚଳନ ; ଏହି ରାଶିଙ୍କ ବଦଳିଯିବ ଭାଗ୍ୟ, ମିଳିବ ଧନ ହିଁ ଧନ..

- Advertisement -

 

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories