BJD Bijuli 480×75 Mob

ଅରବପତି ତାଲିକାରେ ଭାରତ ତୃତୀୟ

BJD Bijuli 480×75 Mob
0

ନ୍ୟୁୟର୍କ: ବିଶ୍ୱରେ ଅରବପତିଙ୍କ ସଂଖ୍ୟା ପ୍ରସଙ୍ଗରେ ଭାରତ ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ପହଞ୍ଚିଛି। ଫୋବର୍ସ ୨୦୧୮ ଧନୀ ବ୍ୟକ୍ତି ତାଲିକା ଅନୁସାରେ, ଶୀର୍ଷରେ ରହିଛନ୍ତି ଆମାଜନ ସିଇଓ ଜେଫ୍‌ ବିଜୋସ। ଭାରତ ଜର୍ମାନୀକୁ ପଛରେ ପକାଇ ଦେଇଛି। ସବୁଠୁ ଅଧିକ ଧନୀ ଆମେରିକାରେ। ଏହା ପରେ ଚୀନ ସ୍ଥାନ ପାଇଛି। ଭାରତରୁ ଚଳିତଥର ୧୯ ନୂଆ ଅରବପତି ତାଲିକାରେ ଯୋଡି ହୋଇଛନ୍ତି। ଗତବର୍ଷ ମୋଟ ତାଲିକା ୧୦୨ ଥିବାବେଳେ ଚଳିତଥର ଏହି ସଂଖ୍ୟା ୧୨୧ରେ ପହଞ୍ଚିଛି। ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗତବର୍ଷ ୧.୦୯ ଲକ୍ଷ କୋଟି ଟଙ୍କା ଥିବାବେଳେ ଚଳିତଥର ଏହା ଦ୍ୱିଗୁଣିତ ହୋଇ ୨.୦୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ବିଶ୍ୱ ତାଲିକାରେ ମୁକେଶଙ୍କ ସ୍ଥାନ ୧୯ ନମ୍ବରରେ ରହିଛି। ତେବେ ୨୦୧୭ରେ ମୁକେଶ ୩୩ତମ ସ୍ଥାନରେ ଥିଲେ। ସେହିପରି ସଫ୍ଟୱେୟର କମ୍ପାନୀ ୱିପ୍ରୋ ମାଲିକ ଅଜିମ ପ୍ରେମଜୀ ଚଳିତବର୍ଷ ଦେଶର ଧନୀ ତାଲିକାର ୨ୟ ସ୍ଥାନରେ ରହିଛନ୍ତି। ତୃତୀୟରେ ଅଜୀମ ପ୍ରେମଜୀ ସ୍ଥାନ ପାଇଛନ୍ତି।

Leave A Reply