ରେଙ୍ଗାଲି : ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମପଞ୍ଚାୟତର ଜଟିଆପିପଳ ସ୍ଥିତ ଖେଳ ପଡ଼ିଆରେ ବୁଧିଆପାଲି ମହାକାଳ କ୍ଲବ ତରଫରୁ
ଏକ ଦିବସୀୟ ଫୁଟବଳ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲରେ କିଶନନଗରର ଜୟଦୁର୍ଗା କ୍ଲବ ତିଲେଇମାଲର ଜୟ ବଜରଙ୍ଘ କ୍ଲବକୁ ପରାସ୍ତ କରି ଚମ୍ପିଆନ ହୋଇଛି । ଖେଳ ଶେଷରେ ଅନୁଷ୍ଠିତ ଉତ୍ସବରେ ବିଜୁ ଛାତ୍ର ଜନତାଦଳର ରେଙ୍ଗାଲି ସଭାପତି ବାବୁଲୁ ରାଉତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଖିଣ୍ଡା ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଲାଲ ବୀରେନ୍ଦ୍ର ସାଏ ଯୋଗଦେଇ ଖେଲାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଦଳ ଜୟ ଦୁର୍ଗା କ୍ଲବ କିସନନଗରକୁ ଟ୍ରଫି ସହ ନଗଦ ୫ ହଜାର ଟଙ୍କା ଓ ଉପ ବିଜେତା ଦଳ ଜୟ ବଜରଙ୍ଗ କ୍ଲବ ତିଲେଇମାଲକୁ ଟ୍ରଫି ସହ ୪ ହଜାର ଟଙ୍କା ପ୍ରଦାନ କରିଥିଲେ । ପଦ୍ମନ ଓରାମ, ବାବୁଲୁ ଭୋଇ, ଅଜୟ ରଣା, ଦୁର୍ଗା ପ୍ରସାଦ ଭୋଇ, ରୁଦ୍ର ପଧାନ ଓ କ୍ଲବର ସଭ୍ୟମାନେ ଟୁର୍ଣ୍ଣାମେଣ୍ଟ ଆୟୋଜନ ଓ ପରିଚାଳନା କରିଥିଲେ ।



