www.samajalive.in
Sunday, December 7, 2025
18.1 C
Bhubaneswar

ପାଦ ଦୁର୍ଗନ୍ଧରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ

କିଛି ଲୋକଙ୍କ ପାଦରୁ ଅଧିକ ମାତ୍ରାରେ ଝାଳ ବାହାରିବା ସହ ଏହା ଦୁର୍ଗନ୍ଧମୟ ହୋଇଥାଏ । ଏଥିପାଇଁ ଲୋକଙ୍କ ସାମ୍ନାରେ ଅପଦସ୍ତ ହେବାକୁ ପଡିଥାଏ । ଚର୍ମରେ ଥିବା ବ୍ୟାକ୍ଟେରିଆ ଝାଳ ସଂସ୍ପର୍ଶରେ ଆସିବା ଦ୍ବାରା ପାଦରୁ ଦୁର୍ଗନ୍ଧ ଆସିଥାଏ । ଗ୍ରୀଷ୍ମ ଓ ବର୍ଷା ଋତୁରେ ଅଧିକ ଝାଳ ନିର୍ଗତ ହେଉଥିବା କାରଣରୁ ଏହି ଋତୁମାନଙ୍କରେ ପାଦରୁ ଅଧିକ ମାତ୍ରାରେ ଦୁର୍ଗନ୍ଧ ଆସିଥାଏ । ଏଥିପାଇଁ ସେମାନଙ୍କୁ ଲଜ୍ଜିତ ହେବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର କିଛି ଉପାୟ…

୧.ଅଦା ଓ ସିରକା: ପାଣିରେ ଅଳ୍ପ ସିରକା(ସୁରା) ମିଶାଇ ପାଦ ଧୁଅନ୍ତୁ । ନଚେତ୍ ଅଦା ରସକୁ ପାଦରେ ଘଷି ଉଷୁମ ପାଣିରେ ଧୋଇ ହୋଇ ପଡନ୍ତୁ । ଏପର କରିବା ଦ୍ବାରା ପାଦରୁ ଦୁର୍ଗନ୍ଧ ଦୂର ହେବ ।

- Advertisement -

୨.ଲାଭେଣ୍ଡର ତେଲ: ସୁଗନ୍ଧଯୁକ୍ତ ଲାଭେଣ୍ଡର ତେଲ ବ୍ୟାକ୍ଟେରିଆ ନଷ୍ଟ କରିବାରେ ଫଳପ୍ରଦ ଅଟେ। ଏଥିରେ ଥିବା ଆଣ୍ଟି-ଫଙ୍ଗଲ ଗୁଣ ପାଦରୁ ଦୁର୍ଗନ୍ଧ ଦୂର କରିବାରେ ସାହାର୍ଯ୍ୟ କରେ । ଉଷୁମ ଗରମ ପାଣିରେ କିଛି ବୁନ୍ଦା ଲାଭେଣ୍ଡର ତେଲ ପକାଇ ପାଦକୁ ବୁଡାଇ ରଖନ୍ତୁ ।  ଏପରି ଦିନକୁ ୨ ଥର କରନ୍ତୁ ।

୩. ବେକିଙ୍ଗ୍ ସୋଡା: ସୋଡିୟମ୍ କାର୍ବୋନେଟକୁ ସାଧାରଣ ଶବ୍ଦରେ ବେକିଙ୍ଗ୍ ସୋଡା ବୋଲି କୁହାଯାଏ । ପାଦରୁ ଦୁର୍ଗନ୍ଧ ଦୂର କରିବାରେ ଏହା ବହୁତ ଲାଭଦାୟକ ଓ ସହଜ ଉପାୟ ଅଟେ । ଏହା ଝାଳର ପିଏଚ୍ ମାତ୍ରାକୁ କମ୍ କରିବା ସହ ବ୍ୟାକ୍ଟେରିଆକୁ ନିୟନ୍ତ୍ରିତ କରିଥାଏ । ଉଷୁମ ପାଣିରେ ବେକିଙ୍ଗ ସୋଡା ମିଶାଇ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଗୋଡ ବୁଡାଇ ରଖନ୍ତୁ । କିଛି ସପ୍ତାହ ଏପରି କରିବା ଦ୍ବାରା ଏହାର ସୁଫଳ ଆପଣ ନିଜେ ଜାଣି ପାରିବେ ।

୪. ଫିଟକରୀ: ଏଥିରେ ଆଣ୍ଟି-ସେପ୍ଟିକ ଗୁଣ ରହିଥାଏ । ଯାହା ବ୍ୟାକ୍ଟେରିଆ ବୃଦ୍ଧି ହେବାକୁ ଦିଏନାହିଁ। ଏକ ଚାମଚ ଫିଟକରୀ ପାଉଡରକୁ ଗରମ ପାଣିରେ ପକାଇ ପାଦ ଧୁଅନ୍ତୁ । କିଛିଦିନ ମଧ୍ୟରେ ପାଦ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଯିବ ।

୫. ପାଦକୁ ସଫା ରଖନ୍ତୁ: ସବୁଠୁଁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପାଦକୁ ସର୍ବଦା ସଫା ରଖନ୍ତୁ । ଜୋତା ପିନ୍ଧିବା ପୂର୍ବରୁ ପ୍ରଥମେ ପାଦକୁ ସଫା କରିବା ଭୁଲନ୍ତୁ ନାହିଁ । କାରଣ ଅପରିଷ୍କାର ପାଦରେ ଜୋତା ପିନ୍ଧିଲେ ଅଧିକ ଦୁର୍ଗନ୍ଧ ଆସିଥାଏ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories