ବିଷାକ୍ତ ଛତୁ ଖାଇ ୫ ଗୁରୁତର

0

କେନ୍ଦୁଝର/ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଞ୍ଚାୟତର କାଳିମାଟି ଗ୍ରାମର ବକୁଳ ନାଏକଙ୍କ ପରିବାରର ୫ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ସୂଚନା ମୁତାବକ, ଗୁରୁବାର ଅପରାହ୍ନ ସମୟରେ ବକୁଳଙ୍କ ପରିବାରର ଲୋକମାନେ ଗ୍ରାମ ନିକଟରେ ଥିବା ଜଙ୍ଗଲରୁ ଛତୁ ସଂଗ୍ରହ କରି ଆଣିଥିଲେ। ଛତୁ ରୋଷେଇ କରି ରାତିରେ ପରିବାରର ସମସ୍ତ ସଦସ୍ୟ ଖାଇ ଶୋଇଥିଲେ। ଅଚାନକ ବିଳମ୍ବିତ ରାତିରେ ବକୁଳ ନାଏକ, ସ୍ତ୍ରୀ ଦେବକୀ ନାଏକ, ବଡପୁଅ ଅନନ୍ତ , ଝିଅ ସାବି ନାୟକ ଓ ସାନ ପୁଅ ରାଜେଶ ଗୁରୁତର ହୋଇପଡିଥିଲେ। ପରିବାରର ଗୁରୁତର ଅବସ୍ଥା ଦେଖି ଗ୍ରାମର ଲୋକମାନେ ବିଳମ୍ବିତ ରାତିରେ ବକୁଳଙ୍କ ପରିବାର ଲୋକଙ୍କୁ ନେଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ବର୍ତ୍ତମାନ ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

Leave A Reply