www.samajalive.in
Saturday, December 6, 2025
23.1 C
Bhubaneswar

ଓସ୍ତିଆରେ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ବାଙ୍କୀ : ଦୀର୍ଘ ୬ ଦିନ ଧରି ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତରେ ବନ୍ୟାଜଳ ଭୟ ସୃଷ୍ଟି କରିଛି। ମହାନଦୀର ବନ୍ୟାଜଳ ସହିତ ଅଂଶୁପା ହ୍ରଦର ପଛୁଆ ଜଳ ପ୍ରତି ବନ୍ୟାରେ ଓସ୍ତିଆ ପଞ୍ଚାୟତର ଓସ୍ତିଆ ଗ୍ରାମକୁ ଅଧିକ ମାତ୍ରାରେ କ୍ଷତିଗସ୍ତ କରିଛି। ସୂବର୍ଣ୍ଣପୁର ଠାରୁ ଫୁଲବାଡି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତାରେ ୫ ରୁ ୭ ଫୁଟର ପାଣି ପ୍ରବାହିତ ହେଉଛି। ପ୍ରଭାବରେ ଓସ୍ତିଆ ଗ୍ରାମର ପ୍ରାୟ ୧୫୦ ପରିବାର ବନ୍ୟା ଛାଡିବା ପର୍ଯ୍ୟନ୍ତ ଜଳବନ୍ଦୀରେ ରହିଥିବା ହେତୁ ବାଙ୍କୀ ବ୍ଲକରେ ପ୍ରଥମ ବନ୍ୟା ପ୍ରଭାବିତ ବିପଦ ସଂଙ୍କୁଳ ଗ୍ରାମ ଭାବରେ ଜଣାଯାଇଛି। ଏଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳକୁ ପ୍ରାୟ ୫୦୦ ରୁ ୬୦୦ ଲୋକଙ୍କୁ ଆଶ୍ରୟ ଦେବାରେ ସହଯୋଗ କରିଛି। ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମକୁ ଗୋଟିଏ ଡଙ୍ଗା ଯୋଗାଇ ଦିଆଯାଇଥିଲା ବେଳେ ୩ ଦିନ ପାଇଁ ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ଭାବରେ ଚୂଡା ଓ ଚିନି ୩ ଦିନ ପାଇଁ ବିପନ୍ନଙ୍କୁ ଦିଆଯାଇଛି। ଓସ୍ତିଆ ଗ୍ରାମର ଗରୀବ ବିପନ୍ନଙ୍କ ବାସସ୍ଥାନରେ ଅଣ୍ଟାଏ ରୁ ଛାତିଏ ପାଣି। ଘରର ଆସବାବ ପତ୍ର ନଷ୍ଟ ହୋଇଛି। ନଦୀ ଛାଡିଲା ପରେ ପିଲା ଛୁଆମାନଙ୍କୁ ନେଇ ସନ୍ତସନ୍ତିଆ ସ୍ଥାନରେ ରହିବା ଦୁର୍ବିସହ ହେବ ବୋଲି ବିପନ୍‍ନ ମାନେ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ପଞ୍ଚାୟତର ଅନୁରୋଧ କ୍ରମେ ବ୍ଲକ ପ୍ରଶାସନର ପରାମର୍ଶରେ ମଙ୍ଗଳବାର ଦିନ ସ୍ଥାନୀୟ ବାତ୍ୟା, ବନ୍ୟା ବହୁମୁଖୀ ଆଶ୍ରୟ ସ୍ଥଳୀ ଠାରେ ୬୦୦ ଲୋକ ମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସରପଞ୍ଚ ମମତା ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଏବଂ ପୂର୍ବତନ ସରପଞ୍ଚ ତଥା ସରପଞ୍ଚଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ବେହେରାଙ୍କ ପରିଚାଳନାରେ ମଙ୍ଗଳବାର ଦିନ ଅପରାହ୍ନରେ ରନ୍ଧା ଖାଦ୍ୟ ବିପନ୍ନ ମାନଙ୍କୁ ବଣ୍ଟନ କରାଯାଇଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories