www.samajalive.in
Saturday, December 6, 2025
26.1 C
Bhubaneswar

୪ ନମ୍ବର ପ୍ଲାଟଫର୍ମ ପାଇଁ କାର୍ଯ୍ୟ ଆଗେଇଲା

ଟିଟିଲାଗଡ଼: ପଶ୍ଚିମ ଓଡିଶାର ଅନ୍ୟତମ ବୃହତ ରେଲବାଇ ଜଙ୍କସନ ଟିଟିଲାଗଡ ଷ୍ଟେସନର ଅପଗ୍ରେଡେସନ କାର୍ଯ୍ୟ ସମ୍ପ୍ରତି ଜୋରଦାର ହୋଇଛି। ବିଶେଷ କରି ତିନୋଟି ପ୍ଲାଟଫର୍ମ ବିଶିଷ୍ଟ ଏହି ଷ୍ଟେସନରେ ଆଉ ଏକ ନୂତନ ପ୍ଲାଟଫର୍ମ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ବହୁ ପୂର୍ବରୁୁ ଦାବି ହୋଇଆସୁଥିଲା। ଅନେକ ସମୟରେ ଷ୍ଟେସନରେ ବିଭିନ୍ନ ପଟରୁ ଆସୁଥିବା ଟ୍ରେନ ଗୁଡିକ ଅଟକି ରହୁଥିବା ବେଳେ ଜାମ ନେଇ ଯାତ୍ରିବାହୀ ଟ୍ରେନ ଗୁଡିକ ବହୁ ସମୟ ପର୍ୟ୍ୟନ୍ତ ପାଖଆଖ ଷ୍ଟେସନରେ ଅଟକି ରହୁଥିଲା। ହାୱଡା ଟିଟିଲାଗଡ ଇସ୍ପାତ ସୁରପଫାଷ୍ଟ ଏକ୍ସପ୍ରେସ ରାତି ପ୍ରାୟ ୮ଟାରେ ଟିଟିଲାଗଡ ଷ୍ଟେସନକୁ ପହଂଚିବା ଧାର୍ୟ୍ୟ ରହିଥିବା ବେଳେ ଅନେକ ସମୟରେ ପାଖ ସିକେର ଷ୍ଟେସନରେ ରାତ୍ରି ପ୍ରାୟ ଦଶଟା ପର୍ୟ୍ୟନ୍ତ ଅଟକି ରହୁଥିବା ଅଭିଯୋଗ ହୋଇଆସୁଥିଲା। ଅନେକ ପାସେଞ୍ଜର ଟ୍ରେନ ଏଭଳି ବାହାରେ ଷ୍ଟେସନକୁ ପ୍ରବେଶ ପାଇଁ ଅପେକ୍ଷାରତ ରହୁଥିବା ବେଳେ ଘଣ୍ଟାଘଣ୍ଟା ଧରି ଯାତ୍ରୀ ହଇରାଣ ହରକତ ହୋଇଆସୁଥିଲେ। ଅପରପକ୍ଷରେ ରେଳବିଭାଗ ଆଗାମୀ ଦିନରେ ଘରୋଇ ସଂସ୍ଥାକୁ ରେଳ ଚଳାଚଳ ପାଇଁ ଅନୁମତି ଦେବା ନିଷ୍ପତି ହୋଇଛି। ଏପରିପ୍ରେକ୍ଷୀରେ ଏହି ଗୁରୁତ୍ୱପୁର୍ଣ୍ଣ ରୁଟରେ ଆହୁରି ନୁତନ ଯାତ୍ରିବାହୀ ଟ୍ରେନ ଚଳାଚଳ ହେବା ସୁନିଶ୍ଚିତ ହୋଇଛି। ଏସମ୍ପର୍କରେ ଟିଟିଲାଗଡ ଏଇଏନ କାଶିନାଥ ସାଙ୍କୁ ଯୋଗାଯୋଗ କରିବାରୁ ଷ୍ଟେସନରେ ନୁତନ ୮ ନମ୍ବର ଧାରଣା ବିଛାଯିବା ସହ ୪ ନମ୍ବର ପ୍ଲାଟଫର୍ମ କାର୍ୟ୍ୟ ଆରମ୍ଭ ହୋଇଥିବା କହିଛନ୍ତି। ଏନେଇ ଆଗାମୀ ଦିନରେ ଯାତ୍ରୀ ସୁବିଧା ସୁବ୍ୟବସ୍ଥିତ ହେବ ବୋଲି ଟିଟିଲାଗଡ ଅଂଚଳର ରେଳଯାତ୍ରୀ ତଥା ବୁଦ୍ଧିଜୀବୀ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories