ଗୁରୁଡିଝାଟିଆ: ଧୁରୁଷିଆ ପଞ୍ଚାୟର ଗଜାମ୍ବରେ ୪୦ଜଣ ଦିବ୍ୟାଙ୍ଗଙ୍କୁ ଆଠଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ମାନସ ବସ୍ତିଆ ଗଜାମ୍ବରେ ପହଞ୍ଚି ଆଳୁ, ପିଆଜ, ଡାଲି, ଅଟା ଓ ଅନ୍ୟାନ୍ୟ ସାମଗ୍ରୀର ଏକ ପ୍ୟାକେଟ ବଣ୍ଟନ କରି ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ଆବଶ୍ୟକ ହେଲେ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦିଆଯିବ ବୋଲି ଶ୍ରୀ ବସ୍ତିଆ ସେମାନଙ୍କୁ କହିଥିଲେ। କରୋନା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅବିଚ୍ଛିନ୍ନ ଭାବରେ ବିକାଶମଞ୍ଚ ପକ୍ଷରୁ ଆଠଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଟ୍ରାଇସାଇକେଲ, ସ୍ୱଚ୍ଛତା ଉପକରଣ, ମଶାରୀ, ସୌପ, ରୋଗପ୍ରତିରୋଧକ ହୋମିଓ ପ୍ୟାଥିକ ଔଷଧ ବଣ୍ଟନ, ସଚେତନତା ଓ ତୁଣ୍ଡି ବଣ୍ଟନ କରିଛନ୍ତି।
Popular Categories



