www.samajalive.in
Saturday, December 6, 2025
26.1 C
Bhubaneswar

ଟେଷ୍ଟି କଙ୍କଡ଼ା ତରକାରୀ

ଆବଶ୍ୟକ ସାମଗ୍ରୀ
କଙ୍କଡ଼ା – ୫୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
କଟା ପିଆଜ – ୨ଟି
ଗୋଟା ଧନିଆ – ୧ ଚାମଚ
ଗୋଟା ଜିରା – ୧ଚାମଚ
ଗୋଲମରିଚ – ୫ ରୁ ୬ଟି
ଶୁଖିଲା ଲଙ୍କା – ଆବଶ୍ୟକ ଅନୁଯାୟୀ
ଲବଙ୍ଗ – ୨ଟି
କଟା ଅଦା – ୧ ଚାମଚ
କଟା ରସୁଣ – ୧ଚାମଚ
ପେଷା ଟମାଟୋ – ୧କପ
ପାନ ମଧୁରୀ – ୧ ଚାମଚ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଦହି – ଅଳ୍ପ
ଲୁଣ – ଆବଶ୍ୟକ ପରିମାରରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଙ୍କଡ଼ାକୁ ଗରମ ପାଣିରେ ପକାଇ କିଛି ସମୟ ରଖନ୍ତୁ। ତାପରେ ଅନାବଶ୍ୟକ ଅଂଶ କାଢି ଏହାକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖି ଦିଅନ୍ତୁ। କଙ୍କଡାରେ ସାମାନ୍ୟ ହଳଦୀ ପକାଇ କିଛି ସମୟ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ, ଗୋଟା ଧନିଆ, ଗୋଟା ଜିରା, ଶୁଖିଲା ଲଙ୍କା, ଗୋଲମରିଚ, ଲବଙ୍ଗ, କଟା ଅଦା ଓ ରସୁଣ ପକାଇ ୫ ମିନିଟ ଭାଜନ୍ତୁ। ଏହା ପରେ ସାମାନ୍ୟ ପାନମଧୁରୀ ପକାଇ ଏହାକୁ କାଢି ଏକ ପାତ୍ରରେ ରଖନ୍ତୁ। ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୁଣି ପିଆଜ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଏଥିରେ ପେଷା ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ପ୍ରସ୍ତୁତ କରି ରଖିଥିବା ପେଷ୍ଟ, ଲୁଣ ପକାଇ ଭଲ ଭାବେ କଷନ୍ତୁ। ମସଲା କଷି ହେବା ପରେ କଙ୍କଡ଼ା ପକାଇ ୨ ରୁ ୩ କପ ପାଣି ଦେଇ ୧୦ ମିନିଟ ଭଲ ଭାବେ ଫୁଟାନ୍ତୁ। ଏହା ପରେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories