www.samajalive.in
Saturday, December 6, 2025
14.1 C
Bhubaneswar

ସୁଆଦିଆ ଚଣାମସଲା

ଆବଶ୍ୟକ ସାମଗ୍ରୀ
ଚଣା – ୨କପ
ଜିରା – ଅଳ୍ପ
କଟା କଞ୍ଚାଲଙ୍କା – ୩ଟି
କଟା ପିଆଜ – ୨ଟି
କଟା ରସୁଣ – ୪ଟି
କୋରା ଅଦା – ଅଳ୍ପ
କଟା ଟମାଟୋ – ୧ଟି
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
ଆମଚୁର ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପାଣି – ଅଳ୍ପ
କଟା ଧନିଆପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚଣାକୁ ଭଲ ଭାବେ ଧୋଇ ଏହାକୁ ରାତି ସାରା ବତୁରାଇ ଦିଅନ୍ତୁ। ଏହାପରେ ଗ୍ୟାସରେ କୁକର ବସାଇ ଚଣାକୁ ୫ଟି ସିଟି ଦେଇ ସିଜାଇ ଦିଅନ୍ତୁ। ଏବେ ପିଆଜ, ଅଦା, ରସୁଣ, କଞ୍ଚା ଲଙ୍କା, ଟମାଟୋକୁ ପେଷି ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପ୍ରସ୍ତୁତ ପେଷ୍ଟକୁ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ପୁଣି କଷନ୍ତୁ। କଷିବା ପରେ ଅଳ୍ପ ପାଣି ସିଝାଇଥିବା ଚଣା, ଆମଚୁର ଗୁଣ୍ଡ, ଧନିଆ ପତ୍ର ପକାଇ ୫ ରୁ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ଚଣା ମସଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories