www.samajalive.in
Saturday, December 6, 2025
16.1 C
Bhubaneswar

ରବିବାର ହେବ କର୍ତ୍ତାରପୁର କରିଡ଼ର ବୈଠକ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଅର୍ଥାତ ରବିବାର କର୍ତ୍ତାରପୁର କରିଡ଼ର ସଂକ୍ରାନ୍ତରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। କର୍ତ୍ତାରପୁର କରିଡ଼ର ରୂପରେଖ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ୱାଘା ସୀମାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକ ସକାରାତ୍ମକ ହେବ ଏବଂ ବହୁ ସଂଖ୍ୟକ ତୀର୍ଥଯାତ୍ରୀ କର୍ତ୍ତାରପୁର ସାହିବ୍‍ ଦର୍ଶନ କରିବାକୁ ଯେପରି ଯାଇ ପାରିବେ ସେ ବିଷୟରେ ଆମୂଳ ଚୂଳ ଆଲୋଚନା ହେବ ବୋଲି ଭାରତ ଆଶା ରଖିଛି।

ଦେରାବାବା ନାନକ ଯାତ୍ରୀ ଟର୍ମିନାଲ୍‍ ପରିସର ନିର୍ମାଣ କାର୍ଯ୍ୟ ଜୋର୍‍ସୋରରେ ଚାଲିଥିବାର ଜଣାପଡ଼ିଛି। ଗୁରୁନାନକ ଦେବଜୀଙ୍କର ୫୫୦ ତମ ଜନ୍ମ ବାର୍ଷିକୀ ୨୦୧୯ ନଭେମ୍ବର ମାସରେ ପଡ଼ୁଥିବାରୁ ଆସନ୍ତା ଅକ୍ଟୋବର ମାସ ୩୧ ତାରିଖ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଯୋଜନା ରଖାଯାଇଛି। ନିର୍ମାଣ କାର୍ଯ୍ୟରେ ୨୫୦ ଜଣ ଶ୍ରମିକ ଓ ୩୦ ଜଣ ଯନ୍ତ୍ରୀ କାମ କରୁଛନ୍ତି। ୧୫ ଏକର ଜମିରେ ଏହି ଟର୍ମିନାଲ୍‍ ନିର୍ମାଣ କରାଯାଉଛି। ଦିନକୁ ୫ହଜାର ଯାତ୍ରୀ ଏହି ଟର୍ମିନାଲ୍‍ ଦେଇ ସୁବିଧାରେ ପାକିସ୍ତାନର ଗୁରୁଦ୍ୱାର କର୍ତ୍ତାରପୁର ସାହିବ୍‍ ଯିବା ଲାଗି ସବୁ ବ୍ୟବସ୍ଥା କରାଯାଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories