www.samajalive.in
Sunday, December 7, 2025
26.1 C
Bhubaneswar

ଆଚାରୀ ଚିକେନ

ଆବଶ୍ୟକ ସାମଗ୍ରୀ
ବୋନଲେସ ଚିକେନ – ୫୦୦ଗ୍ରାମ
କଟା କଞ୍ଚା ଲଙ୍କା – ୩ଟି
ଅଦା ରସୁଣ ବଟା – ୨ ଚାମଚ
ଭୁସଙ୍ଗପତ୍ର –ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ୧ଚାମଚ
ଆମଚୁର ଗୁଣ୍ଡ – ଅଳ୍ପ
ଲେମ୍ବୁ ରସ – ୧ଚାମଚ
ତେଲ – ଆବଶ୍ୟକ ପରିମାଣରେ
ଶୁଖିଲା ଲଙ୍କା – ୨ଟି
ଗୋଟାକଞ୍ଚା ଲଙ୍କା – ୨ଟି
ମେଥି ଦାନା – ସାମାନ୍ୟ
ସୋରିଷ – ଅଳ୍ପ
ଗୋଟା ଜିରା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ସୋରିଷ ତେଲ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତୀ ପ୍ରଣାଳୀ – ପ୍ରଥମେ କଞ୍ଚାଲଙ୍କା, ଭୁସଙ୍ଗ ପତ୍ର, ଧନିଆପତ୍ରକୁ ପେଷି ଦିଅନ୍ତୁ। ଏବେ ଏଥିରେ ଲୁଣ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଆମଚୁର ଗୁଣ୍ଡ, ଲେମ୍ବୁ ରସ, ଅଦା ରସୁଣ ବଟ, ସୋରିଷ ତେଲ ପକାଇ ପୁଣି ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହି ମିଶ୍ରଣକୁ କାଢି ଏକ ପାତ୍ରରେ ରଖନ୍ତୁ। ଏବେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ପେଷିଥିବା ମସଲାକୁ ଭଲ ଭାବେ ଗୋଳାଇ ରଖି ଦିଅନ୍ତୁ। ଏହାପରେ ଗ୍ୟାସ ଲଗାଇ କଡ଼େଇ ବସାଇ ତେଲ ଗରମ କରନ୍ତୁ। ଏବେ କଡ଼େଇରେ ଗୋଳାଇ ରଖିଥିବା ଚିକେନକୁ ପକାଇ ଭଲ ଭାବେ କଷନ୍ତୁ। ଏବେ ତଡ଼କା ପ୍ରସ୍ତୁତ ପାଇଁ ଆଉ ଏକ କଡ଼େଇ ଗ୍ୟାସରେ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ମେଥି, ଜିରା, ସୋରିଷ, ଶୁଖିଲା ଲଙ୍କା, କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଏହାକୁ ପ୍ରସ୍ତୁତ ହେଉଥିବା ଚିକେନରେ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ସାମାନ୍ୟ ଲୁଣ, ଧନିଆ ପତ୍ର , ଅଳ୍ପ ପାଣି ଦେଇ ୨ ମିନିଟ ଗ୍ୟାସରେ ବସାଇ ଓହ୍ଲାଇ ଦିଅନ୍ତୁ।

courtesy : Neels Kitchen

ପ୍ରସ୍ତୁତ ହୋଇଗଲା ଆଚାରୀ ଚିକେନ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories