www.samajalive.in
Sunday, December 7, 2025
26.1 C
Bhubaneswar

ବାଦାମ ଆଇସକ୍ରିମ

ଆବଶ୍ୟକ ସାମଗ୍ରୀ
କଟା ବାଦାମ – ୨କପ
କଷ୍ଟଡ଼ ମିଲ୍କ – ୨କପ
କ୍ଷୀର – ଅଧା କପ
କ୍ରିମ – ୮ ଚାମଚ
କେସର – ୧ଚାମଚ
ଗୋଟା ବାଦାମ – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ – ଏକ ବଡ଼ ପାତ୍ରରେ ବାଦାମ, କ୍ରିମ, କଷ୍ଟଡ଼ ମିଲ୍କକୁ ଗୋଳାଇ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁ କରି ରଖି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ସେହି ପାତ୍ରରେ କ୍ଷୀର,କେସର ପକାଇ ଭଲ ଭାବେ ଫୁଟାନ୍ତୁ। ଭଲ ଭାବେ କ୍ଷୀର ଫୁଟି ଗଲେ କେସର କାରଣରୁ କ୍ଷୀରର ରଙ୍ଗରେ ପରିବର୍ତ୍ତନ ହେବ। ଏବେ ଏହି କ୍ଷୀରକୁ ଗ୍ୟାସରୁ କାଢି ଥଣ୍ଡା କରି ଦିଅନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣରେ ଏହି ଥଣ୍ଡା କରିଥିବା କ୍ଷୀରକୁ ପକାନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ବାଦାମକୁ ଭାଜି ଦିଅନ୍ତୁ ଓ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହି କଟା ବାଦାମକୁ ମିଶ୍ରଣରେ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଫ୍ରିଜରେ ୪ ଘଣ୍ଟା ରଖି ଦିଅନ୍ତୁ। ୪ ଘଣ୍ଟା ପରେ ଏହାକୁ କାଚ ପାତ୍ରରେ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ବାଦାମ ଆଇସକ୍ରିମ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories