www.samajalive.in
Tuesday, December 9, 2025
16.1 C
Bhubaneswar

ବାଦାମ ଗୋଲାପ ଖିରୀ

ହୋଲି ପର୍ବର ଅବସରରେ ସଭିଁଙ୍କ ଘରେ କରଞ୍ଜି କାକରା, ଦହି ବରା, ଚିପସ , ସ୍ୱାଦିଷ୍ଟ ବ୍ୟଞ୍ଜନ, ବହୁ ମିଠାଦ୍ରବ୍ୟ ଭଳି ଭିନ୍ନ ଭିନ୍ନ ଖାଦ୍ୟପଦାର୍ଥ ପ୍ରସ୍ତୁତ କରାଯାଇଥାଏ। ମାତ୍ର ଆପଣ ଯଦି ନିଜ ଅତିଥି ଓ ପ୍ରିୟଜନ ମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ମିଠା ଦ୍ରବ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ଯଦି ବାଦାମ ଗୋଲାପ ଖିରୀ ପ୍ରସ୍ତୁତ କରନ୍ତୁ। ଏହା ଏତେ ସ୍ୱାଦିଷ୍ଟ ଯେ,ଏହାର ସ୍ୱାଦ ଆପଣଙ୍କ ହୋଲିର ମଜାକୁ ଦୁଇଗଣିତ କରିଦେବ। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ….
ବାଦାମ ଗୋଲାପ ଖିରୀ
ଆବଶ୍ୟକ ସାମଗ୍ରୀ
କ୍ଷୀର – ୨ ଲିଟର
ବାସୁମତୀ ଚାଉଳ – ୧୨୦ଗ୍ରାମ
ଚିନି – ୪୦ଗ୍ରାମ
ଗୋଲାପ ଜଳ – ୨ରୁ୩ ବୁନ୍ଦା
ବାଦାମ – ୧୦୦ଗ୍ରାମ
ଗୋଲାପ ପାଖୁଡ଼ା – ଅଳ୍ପ
କୋରା ବାଦାମ – ୨୫ ଗ୍ରାମ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚାଉଳକୁ ପାଣିରେ ଭିଜାଇ ୨୦ ମିନିଟ ରଖିଦିଅନ୍ତୁ। ଏବେ ଅଳ୍ପ ଆଞ୍ଚରେ ଗ୍ୟାସରେ ଏକ ପାତ୍ର ବସାଇ ଏଥିରେ କ୍ଷୀର ପକାଇ ଫୁଟାନ୍ତୁ। ଏବେ ବତୁରାଇଥିବା ଚାଉଳକୁ ଫୁଟୁଥିବା କ୍ଷୀରରେ ପକାନ୍ତୁ। ଚାଉଳ ଭଲ ଭାବେ ନରମ ହେବା ପର୍ଯ୍ୟନ୍ତ ଏହାକୁ କ୍ଷୀରରେ ଭଲ ଭାବେ ଫୁଟାନ୍ତୁ। ଏହାପରେ କୋରା ହୋଇଥିବା ବାଦାମକୁ ପକାଇ ୧୫ମିନିଟ ଫୁଟାନ୍ତୁ। ଏବେ ଏଥିରେ ଚିନି ପକାଇ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା କରିବର ପାଇଁ ଫ୍ରିଜରେ ରଖି ଦିଅନ୍ତୁ। ଏହାପରେ ଖିରୀକୁ ଫ୍ରିଜରୁ କାଢି ଗୋଲାପ ପାଖୁଡ଼ାକୁ ଏହା ଉପରେ ସଜାଇ ଦିଅନ୍ତୁ। ଏବେ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories