www.samajalive.in
Tuesday, December 9, 2025
17.1 C
Bhubaneswar

କରୋନାକୁ ନେଇ ଫ୍ଲୋରିଡାରେ ନୂଆ ନିୟମ

ବିଶ୍ବସ୍ତରରେ କରୋନା ଭାଇରସ୍‌‌ର ପ୍ରକୋପ ବଢ଼ିଚାଲିଥିଲାବେଳେ ରୋଗକୁ ସମୂଳେ ନିପାତ ନିମନ୍ତେ ବିଭିନ୍ନ ଦେଶର ସରକାର ପ୍ରମୁଖ ପଦକ୍ଷେପମାନ ନେଉଛନ୍ତି। ନିକଟରେ ଫ୍ଲୋରିଡାର ପ୍ରଶାସକ ଲୋକଙ୍କୁ ସତର୍କ ସୂଚନା ଦେଇଥିବାର ପ୍ରକାଶ। ପ୍ରଥମେ ସେ ବାପା-ମା’ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେ ସେମାନେ ଛୋଟ ପିଲାଙ୍କୁ ନେଇ ବାହାରକୁ ଆଦୌ ଆସୁନାହାନ୍ତି। ନବଜାତ ଠାରୁ ୧୪ ବର୍ଷ ବୟସର ପିଲାଙ୍କୁ ଘରେ ଅଭିଭାବକ ବୁଝାଇସୁଝାଇ ରଖୁଥିବାବେଳେ କିଶୋରମାନେ କିନ୍ତୁ ଅମାନିଆ ହେଉଥିବାର ଦେଖାଯାଉଛି। ପ୍ରଶାସକଙ୍କ ନୂତନ ନିୟମ ଅନୁସାରେ, ଏଇ ରୋଗରୁ ରକ୍ଷା ପାଇବାକୁ ଚାହୁଁଥିଲେ, ସାମାଜିକ ଦୂରତା ନିତାନ୍ତ ଜରୁରୀ। ଗୋଟିଏ କୁମ୍ଭୀରର ଲମ୍ବା ଯେତିକି, ସେଇପରି ଦୂରତାରେ ପରସ୍ପରଠାରୁ ରହିବା ଆବଶ୍ୟକ ବୋଲି ପ୍ରଶାସନ ପରାମର୍ଶ ଦେଇଛନ୍ତି। ସାଧାରଣ କୁମ୍ଭୀରର ଲମ୍ବ ୪.୧-୫.୪ମିଟର ହୋଇଥାଏ। ଏଣୁ ଅତି ଆବଶ୍ୟକ ପଡ଼ିଲେ, ଯଦି ବାହାରକୁ ଯାଉଛନ୍ତି ସେଭଳି ସ୍ଥିତିରେ ମାସ୍କ ଓ ଗ୍ଲୋଭସ୍‌ ପିନ୍ଧିବା ସହ ଅନ୍ୟମାନଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ। ପ୍ରଶାସକ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି, ଅନ୍-ଲାଇନ୍ ଜରିଆରେ ସାମଗ୍ରୀ ମଗାଇ ନେବା ସବୁଠୁ ଉତ୍ତମ ଉପାୟ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories