www.samajalive.in
Monday, December 15, 2025
17.1 C
Bhubaneswar

୬ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ବୁର୍ଲା: ଆସନ୍ତା ୬ ତାରିଖରେ ହୀରାକୁଦ ନଦୀବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ମୁଖ୍ୟବନ୍ଧ ବିଭାଗର ଭାରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି

ଉପର ମୁଣ୍ଡରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଏବଂ ମୌସୁମୀ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇ ଗୁରୁବାର ୬୦୩.୨୫ ଫୁଟରେ ପହଞ୍ଚିଛିହୀରାକୁଦ ଜଳ ଭଣ୍ଡାରକୁ ସନ୍ଧ୍ୟା ୬ଟା ସମୟରେ ହାରାହାରି ୧ ଲକ୍ଷ ୧ ହଜାର ୩୪୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବରଗଡ଼, ସମ୍ୱଲପୁର ଏବଂ ଶାସନ କେନାଲ, ପାୱାର କେନାଲ ଏବଂ ଶିଳ୍ପ ପାଇଁ ୩୪ ହଜାର ୨୫୪ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଗୁରୁବାର ସକାଳ ସୁଦ୍ଧା ପୂର୍ବ ୨୪ ଘଣ୍ଟାରେ ହୀରାକୁଦ ନଦୀବନ୍ଧର ଉପରମୁଣ୍ଡରେ ୩୩.୧୧ ମିଲିମିଟର ଏବଂ ତଳ ମୁଣ୍ଡରେ ୩୭.୫୧ ମିମି ବର୍ଷା ହୋଇଛି।

- Advertisement -

ଡ୍ୟାମର ଉପର ଓ ତଳ ମୁଣ୍ଡରେ ବର୍ଷା, ଜଳପ୍ରବାହ ଏବଂ ଜଳସ୍ତର ନିରୀକ୍ଷଣ ପାଇଁ ଥିବା ୧୨ଟି ଯାକ ଓୟାରଲେସ ଷ୍ଟେସନକୁ ସକ୍ରିୟ କରାଯାଇଛିସାଧାରଣତଃ ହୀରାକୁଦ ଜଳଭଣ୍ଡାରରୁ ଜୁଲାଇ ସମେତ ଅଗଷ୍ଟ ମାସରେ ଉଦବୃତ୍ତ ଜଳ ନିଷ୍କାସନ କରାଯାଇଥାଏ ହୀରାକୁଦ ନଦୀବନ୍ଧରେ ୩୪ଟି କ୍ରେଷ୍ଟ ଫାଟକ ରହିଥିବା ବେଳେ ୬୪ଟି ସ୍ଲୁଇସ ଫାଟକ ରହିଛି । ଏହା ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାନ କରାଯାଇଥାଏ । ସୁଚନା ଥାଉକି, ୧୯୮୦ ମସିହାରେ ସର୍ବାଧିକ ୫୫ଟି ସ୍ଲୁଇସ ଓ ୩୦ଟି କ୍ରେଷ୍ଟ ଗେଟକୁ ମିଶାଇ ୮୮ଟି ଫାଟକ ଖୋଲାଯାଇଥିଲା ଏବେ ବନ୍ଧର ବନ୍ୟାଜଳ ନିୟନ୍ତ୍ରଣ ଓ ଜଳ ନିଷ୍କାସନ କ୍ଷମତାକୁ ୧୫ ଲକ୍ଷ କ୍ୟୁସେକରୁ ୨୪ ଲକ୍ଷ କ୍ୟୁସେକକୁ ବୃଦ୍ଧି କରିବା ପାଇଁ ଅଧିକ ମାତ୍ରାର ସ୍ପିଲୱେ ନିର୍ମାଣ କରାଯିବା ସକାଶେ ପ୍ରକ୍ରିୟା ଆରମ୍ଭ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories