www.samajalive.in
Sunday, December 14, 2025
26.1 C
Bhubaneswar

ଗିଲ୍‌ଙ୍କ ଦ୍ଵିଶତକ, ଦୃଢ଼ ସ୍ଥିତିରେ ଭାରତ

ସମାଜ ଡିଜିଟାଲ ଡେସ୍କ: ବର୍ମିଂହାମରେ ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଅଧିନାୟକ ଶୁବମନ ମିଲ୍ ଦ୍ଵିଶତକ ହାସଲ କରି ଇତିହାସ ରଚିଛନ୍ତି। ଏହା ହେଉଛି ଟେଷ୍ଟ କ୍ୟାରିଅରରେ ଗିଲ୍‌ଙ୍କ ପ୍ରଥମ ଦ୍ଵିଶତକ। ଗିଲଙ୍କ ଦ୍ଵିଶତକ ସାଙ୍ଗକୁ ଯଶସ୍ଵୀ ଜୟସଓ୍ବାଲଙ୍କ ୮୭ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ୮୯ ରନ ବଳରେ ଭାରତ ୨ୟ ଟେଷ୍ଟରେ ଦୃଢ଼ ସ୍ଥିତିରେ ରହିଛି। ୨ୟ ଦିନର ୨ୟ ଅଧିବେସନ ଖେଳ ଜାରି ରହିଥିବାବେଳେ ଟିମ ଇଣ୍ଡିଆ ୬ ଉଇକେଟ ହରାଇ ୪୮୪ ରନ ସଂଗ୍ରହ କରିଛି। ଗିଲ୍‌ ୨୧୦ ଏବଂ ଓ୍ବାଶିଂଟନ ସୁନ୍ଦର ୨୩ ରନ କରି ଅପରାଜିତ ରହିଛନ୍ତି।

ଇଂଲଣ୍ଡ ପକ୍ଷରୁ କ୍ରିସ ଓ୍ବକ୍ସ ୨ଟି ଉଇକେଟ ନେଇଥିବାବେଳେ ବ୍ରାଇଡନ କାର୍ସେ, ଜସ ଟଙ୍ଗ, ବେନ୍‌ ଷ୍ଟୋକ୍ସ ଏବଂ ଶୋଏବ ବାଶିର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ପ୍ରଥମ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ହେଁ ୨ୟ ପାଳିରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ପରାଜିତ ହୋଇଥିଲା। ପ୍ରଥମ ମ୍ୟାଚର ତ୍ରୁଟିକୁ ସୁଧାରି ଟିମ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories