www.samajalive.in
Sunday, December 7, 2025
23.1 C
Bhubaneswar

ବାହୁଦା ନଦୀରେ ବନ୍ୟା, ଚାନ୍ଦପୁରରେ ଭାସିଯାଇ ବୃଦ୍ଧା ନିଖୋଜ

ଚିକିଟି – ଲଗାଣା ବର୍ଷାରେ ଉପର ମୁଣ୍ଡର ପ୍ରବଳ ବର୍ଷା ଯୋଗୁଁ ବାଘଲଟି ଜଳ ଭଣ୍ଡାର ବିପଦ ସଙ୍କେତ ପାଖାପାଖି ରହିଛି। ଏହାର ଦୁଇଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ଜଳ ଭଣ୍ଡାରରେ ୧୦୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ସ୍ଥଳେ ହେଉଥିବାରୀ ୧୦୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏଥିଯୋଗୁଁ ଫ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବର୍ଷାର ପରିମାଣ ବୃଦ୍ଧି ହେଉଥିବାରୁ ଜଳ ଭଣ୍ଡାରମଧ୍ୟକୁ ଅଧିକ ଜଳ ପ୍ରବେଶ କରିବା ସମ୍ଭାବନା ଅଛି । ଏହାକୁ ଦୃଷ୍ଟିରେ ରଖି ବନ୍ୟାଜଲ ନିଷ୍କାସନ କରାଯାଉଛି। ଫଳରେ ବାହୁଦା ରେ ବନ୍ୟା ବଢିବ ଆଶଙ୍କା ଦେଖାଦେଇଛି।

ଘଟଣା ସ୍ଥଳରେ ଅଧିକ୍ଷଣ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିବା ଅଧିକ୍ଷଣ ଯନ୍ତ୍ରୀ ସଂଜୀବ କୁମାର ଦାଶ ଶର୍ମା ସୂଚନା ଦେଇଛନ୍ତି । ବାହୁଦା. ନଦୀରେ ପୋଇ ଚାନ୍ଦିଆ ରେ ୧୦୦ କ୍ୟୁସ୍କ ଜଳ ମିଶୁଥିବା ବେଳେ କଣ୍ଟେଇ ଝୁଡି ରେ ୧୦୦ ରୁ ଅଧିକ କ୍ୟୁସେକ ଓ ବାତାରଡା ନାଳ ରେ ୮୦ କ୍ୟୁସେ କ ଓ ବିଭିନ୍ନ ଶାଖା ନାଳ ର ଜଳ ବାହୁଦା ରେ ମିଶି ୬୦୦ ରୁ ଅଧିକ କ୍ୟୁସେ କ ଜଳ ପ୍ରବାହିତ ହୋଇ ବନ୍ୟା ସ୍ଥିତି ଉପୁଜିଛି।

- Advertisement -

ବନ୍ୟା ସତର୍କତା ଘୋଷଣା ସତ୍ୱେ ଶନିବାର ସକାଳୁ ଚାନ୍ଦପୁର ଗ୍ରାମର ବୃଦ୍ଧା ରେଖି ସାହୁ (୬୭) ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣି ସୁଅରେ ଭାସିଯାଇଥିଲେ । ନଦୀରେ ପ୍ରଖର ସ୍ରୋତ ଥିବାରୁ ଉଦ୍ଧାର କରାଯାଇ ପାରି ନଥିଲା। ଚାହୁଁ ଚାହୁଁ କୁଆଡେ ଉଭାନ ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ଖୋଜା ଖୋଜି କରି ମଧ୍ୟ କୌଣସି ପତ୍ତା ପାଇନଥିଲେ , ଖବର ଲେଖାହେବା ପର୍ଯ୍ୟନ୍ତ ନିଖୋଜହ୍କ ସମ୍ପର୍କରେ ଅନ୍ୟ କୌଣସି ସୂଚନା ମିଳିନାହିଁ ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories