BJD Bijuli 480×75 Mob

ଖଇରପୁଟ ବନ୍ୟାଞ୍ଚଳ ଚାଲି ଚାଲି ପରିଦର୍ଶନ କଲେ ବିଧାୟକ, ଜିଲାପାଳ ଓ ଉଚ୍ଚ ପଦାଧିକାରୀ

BJD Bijuli 480×75 Mob

ଖଇରପୁଟ : ମାଲକାନଗିର ଜିଲାରେ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ପ୍ରବଳ ବର୍ଷାରେ ଜିଲାର ଖଇରପୁଟୁ ବ୍ଲକରେ ଅନେକ ଜାଗାରେ ପୋଲ ଧୋଇ ଯିବାରୁ ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଲା। ସେଥିମଧ୍ୟରୁ ସଦର ବ୍ଲକର ମାଝିଗୁଡ଼ା ପୋଲ ଧୋଇ ଯିବାରୁ ମାଝୀଗୁଡ଼ା, ଗମ୍ଭାରୀଭଟ୍ଟା ଓ କେନ୍ଦୁଗୁଡ଼ା ବାହ୍ୟ ଜଗତରୁ ବିଛିନ୍ନ ହୋଇଯିବାରୁ ଅନେକ ରୋଗୀଙ୍କ ସମେତ ଦୁଇ ଜଣ ଗର୍ଭବତୀ ମହିଳା ଫସି ରହିଥିଲେ। କିଛି ଗଣମାଧ୍ୟମ ପ୍ରତିନିଧିମାନେ ଖବର ପାଇ ଜିଲା ପ୍ରଶାସନ ଓ ଜିଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନାଙ୍କୁ ସୂଚନା ଦେଇଥିଲେ। ଜିଲା ପ୍ରଶାସନ ଓ ଜିଲା ଆରକ୍ଷୀ ଅଧିକ୍ଷକ ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ନିର୍ଦେଶ ଦେଇଥିଲେ। ସଙ୍ଗେ ସଙ୍ଗେ ଏସଡ଼ିପିଓ, ଅଗ୍ନିଶମବିଭାଗର କର୍ମଚାରୀ ଓ ମୁଦୁଲିପଡ଼ା ଥାନା ଅଧିକାରୀ ଓ ମାଧବ ବେହେରାଙ୍କ ସମେତ ଗ୍ରାମରେ ରୋଗୀ ଓ ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏବଂ ଦୁଇ ମହିଳାଙ୍କୁ ଖଇରପୁଟରେ ଥିବା ମା ଗୃହରେ ରଖିଥିଲେ।
ତେଣୁ ଗୁରୁବାର ବନ୍ୟାଞ୍ଚଳ ଚାଲି ଚାଲି ବୁଲି ଦେଖିଛନ୍ତି ବିଧାୟକ, ଜିଲାପାଳ ଓ ଉଚ୍ଚ ପଦାଧିକାରୀ।

Comments are closed.