www.samajalive.in
Monday, December 15, 2025
15.1 C
Bhubaneswar

ଅପରାହ୍ଣରେ ଅବିଶ୍ରାନ୍ତ ବର୍ଷା; ଗୁଣପୁର ସହର ଜଳବନ୍ଦୀ

ଗୁଣପୁର : ଲଗାଣ ବର୍ଷା ପ୍ରଭାବରେ ରାୟଗଡା ଜିଲା ଗୁଣପୁର ଅଞ୍ଚଳର ଜନବସତି ଜଳବନ୍ଦୀ ଅବସ୍ଥାରେ ରହିଛି। ପୁଟାସିଂ ରାସ୍ତାରେ ୫ ଫୁଟର ପାଣି ପ୍ରବାହିତ ହେଉଛି। ଆନ୍ଧ୍ର-ଓଡ଼ିଶାକୁ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇପଡିଥିବା ଦେଖିବାକୁ ମିଳିଛି। ଦୁଇ ଦିନର ଲଗାଣ ବର୍ଷା ପରେ ଆଜି ସକାଳଠାରୁ ଗୁଣପୁର ସହରରେ ଖରା ହୋଇଥିଲା। ଲୋକେ ଆଶ୍ୱସ୍ତି ଅନୁଭବ କରିଥିଲେ। ହଠାତ୍‍ ଅପରାହ୍ଣ ୩ଟାରୁ ୫ ଯାଏଁ ପୁଣି ଦୁଇ ଘଣ୍ଟା ମୂଷଳଧାରାରେ ବର୍ଷା ଆରମ୍ଭ ହେବାରୁ ସହର ଅବସ୍ଥା ବେହାଲ ହୋଇପଡିଛି। ପାହାଡ ଉପରୁ ବର୍ଷା ପାଣି ଖସି ଆସିବାରୁ ବିଭିନ୍ନ ଜନବସତି ଜଳବନ୍ଦୀ ହୋଇଛି। ରାସ୍ତାଘାଟ, ଜମି ବାଡି, ବଜାର, ବସଷ୍ଟାଣ୍ଡ ଚାରିଆଡେ ଜଳାର୍ଣ୍ଣବ ହୋଇଛି। ସନ୍ଧ୍ୟାରେ ଯାତାୟାତ ସମ୍ଭବ ହୋଇ ନ ଥିଲା। ଲୋକେ ଘରୁ ବାହାରକୁ ବାହାରି ପାରି ନ ଥିଲେ। ଗୁଣପୁର ସହରକୁ ଲାଗି ରହିଥିବା ଲଣ୍ଡା ପାହାଡରୁ ଅଧିକ ପରିମାଣର ପାଣି ସହର ଅଭିମୁଖେ ଗଡିଥିଲା। ସେହି ପାଣି ଜନବସତିରେ ମାଡି ଥିଲା। ଜଳ ନିଷ୍କାସନ ହୋଇପାରି ନ ଥିଲା। ଆନ୍ଧ୍ର-ଓଡ଼ିଶା ସଂଯୋଗ କରୁଥିବା ଜଗନ୍ନାଥପୁର ଅସ୍ଥାୟୀ ବ୍ରିଜ ଉପରେ ଦେଇ ଜଳ ପ୍ରବାହିତ ହୋଇଥିଲା। ଉକ୍ତ ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି। ପୁଟାସିଂ ରାସ୍ତାର ସ୍ଥାନୀୟ ଏସପିଗୁଡା ଛକରେ ୫ଫୁଟ ପାଣି ଜମିଥିଲା। ଉକ୍ତ ରାସ୍ତା ଜାମ ହୋଇପଡିଥିଲା। ଗୁଣପୁର ସହରକୁ ଲାଗି ରହିଥିବା ଲଣ୍ଡା ପାହାଡର ତଳି ଅଞ୍ଚଳ ଅର୍ଥାତ ଜଗନ୍ନାଥନଗର, କରଣଗୁଡାଠାରୁ ଆରମ୍ଭ କରି ବାଇପାସ୍‍ ଅଞ୍ଚଳ, ବାବୁଲି ନଗର, ଶିବଶକ୍ତି ଲେନ୍‍, ବଳରାମ ନଗରର ବିଭିନ୍ନ ଅଞ୍ଚଳ, ମହିମା ନଗର, ଶିଶୁ ମନ୍ଦିର ଅଞ୍ଚଳ, କୋର୍ଟ ତ୍ରିନାଥ ମନ୍ଦିର ଅଞ୍ଚଳ ତଥା ଶବର ବିହାର ଦେଇ ବର୍ଷାଜଳ ବାଇପାସ ଛକ ହୋଇ ନୂଆ ବସଷ୍ଟାଣ୍ଡ ପଠପଟ ପୋଖରୀ ପଟକୁ ଗଡିଥିଲା। ବାଇପାସ୍‍ ଛକରେ ବହୁ ସମୟ ଧରି ଆଣ୍ଠୁଏ ପାଣି ଜମି ରହିଥିଲା।
ସେହିପରି ଗାନ୍ଧୀ ନଗର ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ପ୍ରାୟ ଆଠ ପରିବାର ସହ ଅଙ୍ଗନବାଡି କେନ୍ଦ୍ର ଜଳବନ୍ଦୀ ହୋଇଥିଲା। ଘର ଭିତରେ ପାଣି ପସି ଯାଇଥିବା ଅଭିଯୋଗ ହୋଇଛି। ଉପଜିଲାପାଳଙ୍କ ସମେତ ପୌରସଂସ୍ଥା କର୍ତ୍ତୃପକ୍ଷ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଜଳବନ୍ଦୀ ପରିବାରଙ୍କୁ ଉଦ୍ଧାର କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories