www.samajalive.in
Sunday, December 7, 2025
16.1 C
Bhubaneswar

ବର୍ଷା ବିତ୍ପାତରେ ପଟ୍ଟାମୁଣ୍ଡାଇରେ ବ୍ୟାପକ କ୍ଷୟକ୍ଷତି

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ପଞ୍ଚାୟତରେ ବର୍ଷା ବିତ୍ପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୀର୍ଘ ୫ଦିନ ଧରି ଲଗାଣବର୍ଷା ଫଳରେ ଏହି ପଞ୍ଚାୟତର ଚାଷଜମି ଗୁଡିକ ବୁଡି ରହିବା ଫଳରେ ବ୍ୟାପକ ଫସଲହାନୀ ଘଟିଛି। ଯାହାଫଳରେ ଚାଷିମାନେ ହତାଶ ହୋଇପଡିଛନ୍ତି। ଲଗାଣବର୍ଷାରେ ଡାମରପୁର ପଞ୍ଚାୟତର ସତ୍ୟଭାମା ମଳିକ, ଶରତ ମଳିକ, ବବିନା ମଳିକ, ସଞିବ ମଳିକ, ଦୁଃଖୀ ଦାସ, ଜଗବନ୍ଧୁ ମଳିକ, ଗୁରୁଚରଣ ମଳିକ, ସୁଦର୍ଶନ ମାଝି, ରଘୁନାଥ ମାଝି, ଶତୃଘ୍ନ ତରାଇ, ସଂଯୁକ୍ତା ମାଝି, ଭଗବାନ ସାହୁ, ସୁମିତ୍ରା ସେଠୀ, ଜୟନ୍ତୀ ନାଥ, ଭାରତୀ ମାଝି, ବଉଳ ତରାଇ, ସୁଷମା ଆଚାର୍ଯ୍ୟ, ସଂଯୁକ୍ତା ଆଚାର୍ଯ୍ୟ, ଗଦାଧର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ମିଶ୍ର, ଅକ୍ଷୟ ସାହୁ, ସହଦେବ ମାଝି ୨୧ଜଣଙ୍କ ଘର ଭାଙ୍ଗି ଯାଇଥିବାବେଳେ ବହୁ ଚାଳଛପର ଘର କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଯୋଗୁଁ ଡାମରପୁର ପଞ୍ଚାୟତର ଡାମରପୁର, ଜେନାପାଟଣା, ରାଘବପୁର, କୁମାରପାଟଣାଦ୍ମାଳିଦାଣ୍ଡ, ଶାସନ, ବଡଦାଣ୍ଡ, ରାଘବପୁର ହରିଜନସାହି ଆଦି ଅଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଡାମରପୁର ସରପଞ୍ଚ ନିରଞ୍ଜନ ମାଝି ଓ ସମିତିସଭ୍ୟ ବିଚିତ୍ର ମଳିକଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ପଟ୍ଟାମୁଣ୍ଡାଇ ବିଡିଓ ଓ ତହସିଲଦାରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହିତ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ବର୍ଷା ବିତ୍ପାତ ଯୋଗୁଁ ମୂଲିଆ ଶ୍ରେଣୀର ଲୋକମାନେ କାମଧନ୍ଦା ନପାଇ ଭୋକ ଉପାସରେ କାଳ କାଟୁଛନ୍ତି। ଡାମରପୁର ପଞ୍ଚାୟତର ବର୍ଷାବିପନ୍ନ ଲୋକମାନଙ୍କୁ ପର୍ଯ୍ୟାପ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସରପଞ୍ଚ ଓ ସମିତିସଭ୍ୟ ଦାବି କରିବା ସହିତ ଦାବିପତ୍ରର ନକଲ ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟକୁ ପଠାଇଛନ୍ତି। ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଡାମରପୁର ପଞ୍ଚାୟତର ବିପନ୍ନ ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories