www.samajalive.in
Saturday, December 6, 2025
16.1 C
Bhubaneswar

ଖରାଦିନ ପାଇଁ ଫ୍ଲିପକାର୍ଟ ଅଫର: ଶସ୍ତାରେ କିଣିପାରିବେ ଏସି, ଫ୍ରିଜ୍, କୁଲର

ନୂଆଦିଲ୍ଲୀ : ଇ-ବାଣିଜ୍ୟିକ ପ୍ଲାଟଫର୍ମ ଫ୍ଲିପକାର୍ଟ ନୂଆ ସେଲର ଘୋଷଣା କରିଦେଇଛି । କମ୍ପାନୀ ସୁପର କୁଲିଂ ଡେଜ୍ ୨୦୨୪ ସେଲର ତାରିଖ ଘୋଷଣା କରିଛି ଯାହା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହା କମ୍ପାନୀର ବାର୍ଷିକ ସେଲ୍, ଯାହା ଗତ ୬ ବର୍ଷ ଧରି ଚାଲିଆସୁଛି । କମ୍ପାନୀ ପ୍ରତି ବର୍ଷ ଏହି ଅବସରରେ କିଛି ଖାସ୍ ଅଫରର ଘୋଷଣା କରିଥାଏ । ଫ୍ଲିପକାର୍ଟ ସେଲ୍ ୧୭ ଏପ୍ରିଲରୁ ଆରମ୍ଭ ହୋଇ ୨୩ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଏଥିରେ ଏସି, ଫ୍ରିଜ୍, କୁଲର, ଫ୍ୟାନରେ ଆକର୍ଷକ ଅଫର ମିଳୁଛି । ଆସନ୍ତୁ ଜାଣିବା ଏହି ଅଫର ସମ୍ପର୍କରେ…

ଫ୍ରିଜ୍

- Advertisement -

ଏହି ସେଲରେ ସିଙ୍ଗଲ ଡୋର, ସାଇଡ ବାଏ ସାଇଡ ଡୋର, ବଟମ ମାଉଣ୍ଟ, ଟ୍ରିପଲ ଡୋର୍ ଫ୍ରିଜ କିଣିପାରିବେ ଗ୍ରାହକ । ଫ୍ଲିପକାର୍ଟ ସେଲରେ ଫ୍ରିଜର ସେଲ୍ ୯୯୯୦ ଟଙ୍କାରୁ ଆରମ୍ଭ ହେଉଛି । ଏଠାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାମର ଫ୍ରିଜ୍ କିଣିପାରିବେ ଗ୍ରାହକ ।

ଇରାନର ଆକ୍ରମଣ ପରେ ଇସ୍ରାଏଲରେ ଚାଲିଥିବା ଆଦାନୀଙ୍କ ବ୍ୟବସାୟରେ କ୍ଷତି

ଏସି

ଫ୍ଲିପକାର୍ଟରେ ଏହି ଅଫରରେ ଏସି କମ୍ ଦାମରେ କିଣିପାରିବେ ଗ୍ରାହକ । ଏଠାରେ ୨୫ ହଜାର ଟଙ୍କାରୁ ୬୫ ହଜାର ଟଙ୍କା ପର୍ଯ୍ୟନ୍ତ ଏସି କିଣିପାରିବେ ଗ୍ରାହକ । ସେଲରେ ୦.୮ ଟନର କ୍ଷମତାଠୁ ଆରମ୍ଭ କରି ୨ ଟନ୍ ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଏସି ମିଳୁଛି । ଏଥିରେ ଓ୍ବାଇଫାଇ କନେକ୍ଟିଭିଟି ଏବଂ ଅନ୍ୟ ଫିଚର୍ସ ମିଳିବ । ଇ-କମର୍ସ ପ୍ଲାଟଫର୍ମରୁ ଆରମ୍ଭ ଏଲଜି, ଭୋଲଟାସ, ଗୋଦରେଜ୍, ଡାଇକିନ୍, ପାନାସୋନିକ୍ ଏବଂ ଅନ୍ୟ କମ୍ପାନୀର ଏସି କିଣିପାରିବେ ।

ସେହିଭଳି ଏହି ସେଲରେ ଆପଣ କୁଲର ଏବଂ ଫ୍ୟାନ୍ ଉପରେ ମଧ୍ୟ ରିହାତି ପାଇପାରିବେ । ସିଲିଂ ଫ୍ୟାନର ରେଞ୍ଜ ୧୨୯୯ ଟଙ୍କାରୁ ଆରମ୍ଭ ହୋଇଥାଏ । ଏୟାର କୁଲର ଦାମ୍ ୩୯୯୯ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଡେଜର୍ଟ କୁଲର ଦାମ୍  ୬୪୯୯ ଟଙ୍କାରୁ ଆରମ୍ଭ ହୋଇଥାଏ ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories