www.samajalive.in
Sunday, December 14, 2025
14.1 C
Bhubaneswar

ଅଲଗା ପିନ୍‌ ଦ୍ଵାରା ସ୍ମାର୍ଟଫୋନ୍‌ରୁ ସିମ୍‌ ବାହାର କରୁଛନ୍ତି କି ? ହେବ ବଡ଼ କ୍ଷତି

ସମାଜ ଡିଜିଟାଲ ଡେସ୍କ: ଆଜିକାଲି ସ୍ମାର୍ଟଫୋନର ବହୁଳ ବ୍ୟବହାର ହେଉଛି। ୨୦୨୧ର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ମୋଟ ୮୨.୯ ମିଲିୟନ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଥିଲେ। ଏଭଳି ଅନେକ ଉପଭୋକ୍ତା ଅଛନ୍ତି ଯେଉଁମାନେ ପ୍ରତି ମାସରେ ସେମାନଙ୍କ ନମ୍ବର ବଦଳାଇ ଥାଆନ୍ତି ଏବଂ ଏଥିପାଇଁ ସେମାନଙ୍କୁ ବାରମ୍ବାର ସିମ୍ କାଢିବାକୁ ପଡ଼ିଥାଏ। ଏହି ସିମ୍ କାଢିବା ଚକ୍କରରେ ଅନେକ ଥର ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ଏତେ ବଡ଼ ଭୁଲ କରି ବସନ୍ତି ଯେ ଯଦି ସେମାନେ ଏହାଦ୍ୱାରା ହେଉଥିବା କ୍ଷତି ବିଷୟରେ ଜାଣିବେ, ତେବେ ସେମାନେ ଆଶ୍ଚର୍ଯ୍ୟ ହୋଇଯିବେ।

ଏବେ ଆଉ ଆଗ ଭଳି କଭର ଖୋଲି ଏବଂ ବ୍ୟାଟେରୀ ବାହାର କରି ସ୍ମାର୍ଟଫୋନରେ ସିମ୍ ପକାଯାଉନି କି ବାହାର କରାଯାଉ ନାହିଁ। ସିମ୍ ଟ୍ରେ ସ୍ମାର୍ଟଫୋନର ପାର୍ଶ୍ୱ, ତଳ କିମ୍ବା ଉପରେ ଦିଆଯାଉଛି। ସେଥିରେ ଏକ ଛୋଟ ଛିଦ୍ର ରହିଛି। ସିମ୍ ଇଜେକ୍ଟର ପିନ୍‌କୁ ଏହି ଛିଦ୍ରରେ ଭର୍ତ୍ତି କରିବା ଦ୍ଵାରା ସିମ୍ ଟ୍ରେ ଆପେଆପେ ବାହାରକୁ ଆସିଯାଏ। ଅନେକ ମୋବାଇଲ ଉପଭୋକ୍ତା ଯେକୌଣସି ପିନ୍‌ ଦ୍ଵାରା ଏହି ସିମ୍‌ ଟ୍ରେକୁ ଖୋଲିବାକୁ ଚେଷ୍ଟା କରିଥା’ନ୍ତି। କିନ୍ତୁ ସେମାନେ ଜାଣି ନଥାନ୍ତି ଯେ ଏହାଦ୍ଵାରା ଫୋନ୍‌ର ବଡ଼ କ୍ଷତି ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହି ଭୁଲ୍‌ ଏବଂ ଏହାଦ୍ଵାରା ହେଉଥିବା କ୍ଷତି ବିଷୟରେ କହିବୁ।

- Advertisement -

ଭୁଲ୍ ଉପାୟରେ ସିମ୍‌ ଟ୍ରେ ଖୋଲିବା ଦ୍ଵାରା କ’ଣ କ୍ଷତି ହୁଏ ?

ପିନ୍‌ ମୋଡ଼ି ହୋଇଯାଇପାରେ କିମ୍ବା ଭାଙ୍ଗିପାରେ- ଇଜେକ୍ସନ ପିନ୍‌ ପତଳା ଓ ସୂକ୍ଷ୍ମ ହୋଇଥାଏ। ଯଦି ଆପଣ ବଳ ପ୍ରୟୋଗ କରି ଭର୍ତ୍ତି କରିବେ, ତେବେ ତାହା ବଙ୍କା ହୋଇପାରେ କିମ୍ବା ଭାଙ୍ଗି ଯାଇପାରେ।

ସିମ୍‌ ଟ୍ରେ କ୍ଷତିଗ୍ରସ୍ତ ହୋଇପାରେ- ଯଦି ଆପଣ ପିନ୍‌କୁ ଭୁଲ୍ ଢଙ୍ଗରେ ଭର୍ତ୍ତି କରନ୍ତି କିମ୍ବା ଅତ୍ୟଧିକ ବଳ ପ୍ରୟୋଗ କରନ୍ତି, ତେବେ ଏହାଦ୍ଵାରା ସିମ୍ ଟ୍ରେ ନଷ୍ଟ ହୋଇଯାଇପାରେ।

ସିମ୍‌ କାର୍ଡ଼ କ୍ଷତିଗ୍ରସ୍ତ ହୋଇପାରେ- ଯଦି ପିନ୍‌ ସିମ୍ କାର୍ଡରେ ବାଜିଯାଏ ତେବେ ଏହା ନଷ୍ଟ ହୋଇପାରେ, ଯଦ୍ଵାରା ତଥ୍ୟ ନଷ୍ଟ କିମ୍ବା କନେକ୍ଟିଭିଟି ସମସ୍ୟା ସୃଷ୍ଟି ହୋଇପାରେ।

ଅଲଗା ପିନ୍‌ର ବ୍ୟବହାର ଦ୍ଵାରା ହୋଇପାରେ ଭୟଙ୍କର କ୍ଷତି:

ଭୁଲ ଇଜେକ୍ଟର ପିନ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଫୋନର ବ୍ୟାଟେରୀ ନଷ୍ଟ ହୋଇପାରେ। ପିନ୍‌ ଯୋଗୁଁ ସ୍ମାର୍ଟଫୋନର ବ୍ୟାଟେରୀ ବିସ୍ଫୋରଣ ମଧ୍ୟ ହୋଇପାରେ। ଏହା କେବଳ ଆପଣଙ୍କୁ କ୍ଷତି ପହଞ୍ଚାଇବ ନାହିଁ ବରଂ ଏହାଦ୍ଵାରା ଆପଣଙ୍କ ଘରେ ନିଆଁ ମଧ୍ୟ ଲାଗିଯାଇପାରେ।

ସିମ୍‌ କାଢିବାର ସୁରକ୍ଷିତ ଉପାୟ:

ସିମ୍‌ ଟ୍ରେକୁ ବାହାର କରିବା ପାଇଁ ସର୍ବଦା ନିଜ ଫୋନ୍‌ ସହ ଦିଆଯାଇଥିବା ଇଜେକ୍ଟର ପିନ୍‌ ବ୍ୟବହାର କରିବା ଉଚିତ। ସିମ୍‌ କାଢିବାବେଳେ ସାବଧାନ ରୁହନ୍ତୁ ଏବଂ ଅଧିକ ବଳ ପ୍ରୟୋଗ କରନ୍ତୁ ନାହିଁ। ଏହାଦ୍ଵାରା ସିମ୍‌ ଟ୍ରେ ଭାଙ୍ଗିବାର ସମ୍ଭାବନା ରହିଛି। ଯଦି ସିମ୍ ଟ୍ରେ ବାହାରୁନାହିଁ ତେବେ ଆପଣ ସର୍ଭିସ ସେଣ୍ଟରକୁ ଯିବା ଆବଶ୍ୟକ ଏବଂ ସେଠାରେ ଥିବା ଟେକ୍ନିସିଆନଙ୍କ ସାହାଯ୍ୟ ନେବା ଉଚିତ୍। ଏହା ମନେ ରଖିବା ଜରୁରୀ ଯେ ସିମ୍ କାର୍ଡ ହେଉଛି ଫୋନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯଦି ଆପଣ ଏହାକୁ କ୍ଷତିଗ୍ରସ୍ତ କରନ୍ତି, ତେବେ ଆପଣଙ୍କୁ ଏହାକୁ ବଦଳାଇବାକୁ ପଡ଼ିପାରେ, ଯେଉଁଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ତେଣୁ ସିମ୍‌ କାଢିବା ତଥା ବଦଳାଇବା ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ।

 

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories