www.samajalive.in
Saturday, December 6, 2025
14.1 C
Bhubaneswar

ସୁନା ଦାମ୍ ରେକର୍ଡ ଭାଙ୍ଗିଲା, ମାତ୍ର ୧୬ ଦିନରେ ବଢିଲା ଏତେ ଟଙ୍କା

ନୂଆଦିଲ୍ଲୀ : ସୁନା ଦାମ୍ ଆଜି ମଙ୍ଗଳବାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ମଙ୍ଗଳବାର ସୁନା ଦାମ୍ ୭୦୧ ଟଙ୍କା ମହଙ୍ଗା ହୋଇ ୭୩,୫୧୪ ଟଙ୍କା ହୋଇଯାଇଛି । ୧ ଏପ୍ରିଲରେ ଇସ୍ରାଏଲ ଇରାନ ତିକ୍ତତା ଆରମ୍ଭ ହୋଇଥିଲା । ସେବେଠୁ ୧୬ ଦିନରେ ସୁନା ଦାମ୍ ୪୫୫୦ ଟଙ୍କା ବଢିଯାଇଛି । ଆଜି ରୂପା ଦାମ୍ ମଧ୍ୟ ବଢିଛି । ଏକ କିଲୋ ରୂପା ଦାମ୍ ୧୮୦ ଟଙ୍କା ବୃଦ୍ଧି ପାଇ ୮୩,୬୩୨ ଟଙ୍କା ହୋଇଯାଇଛି । ଏହା ପୂର୍ବରୁ ୧୨ ଏପ୍ରିଲରେ ରୂପା ୮୩,୮୧୯ ଟଙ୍କା ରେକର୍ଡ କରିଥିଲା । ବିଶେଷଜ୍ଞଙ୍କ ଅନୁସାରେ ଆଗାମୀ ଦିନରେ ଏହି ଦାମ୍ ଆହୁରି ବଢିପାରେ ।

ରିୟଲମି ଆଣିଲା ୨ଟି ଦମଦାର ଫୋନ୍, ଦାମ୍ ମାତ୍ର ଏତିକି

- Advertisement -

ଇସ୍ରାଏଲ-ଇରାନ ତିକ୍ତତା ୧ ଏପ୍ରିଲରେ ଆରମ୍ଭ ହୋଇଥିଲା । ସେବେ ସୁନା ଦାମ୍ ୬୮,୯୬୪ ରେ ଥିଲା । ଏବେ ଏହି ଦାମ୍ ୧୬ ଏପ୍ରିଲରେ ୭୩,୫୧୪ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ଅର୍ଥାତ୍ ୧୬ ଦିନରେ ଏହା ୪୫୫୦ ଟଙ୍କା ମହଙ୍ଗା ହୋଇଯାଇଛି । ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ପରେ ସୁନା ଦାମ୍ ବଢୁଥିବା ଦେଖିବାକୁ ମିଳୁଛି । ତେବେ ଭୁବନେଶ୍ବରରେ ସୁନା ଦାମ୍ କଥା କହିବା ତ ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୭୩,୦୩୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ୍ ସୁନା ଦାମ୍ ୬୯,୫୫୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories